Odia News Portal

୨୦ ବର୍ଷ ପରେ ଉପାଧ୍ୟକ୍ଷ ଆସନରେ ବିଜେଡ଼ି ସାଂସଦ

ଭୁବନେଶ୍ୱର() ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି ବିଜେଡ଼ି ସାଂସଦ । ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ତୁଲାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଦକ୍ଷତା ଓ ସାଧୁତାର ସହ ଗୃହ ପରିଚାଳନା ପାଇଁ ସସ୍ମିତଙ୍କୁ ପ୍ରଶଂସା ମଧ୍ୟ କରାଯାଇଛି । ପ୍ରାୟ ୨୦ବର୍ଷ ପରେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି ଓଡ଼ିଆ ସାଂସଦ । ଏହାସହ ରାଜ୍ୟସଭା ଉପାଧ୍ୟକ୍ଷ ଦାୟିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସସ୍ମିତ ଶ୍ରେୟ ଦେଇଛନ୍ତି । ଓଡ଼ିଶା ଓ ରାଜ୍ୟବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି କୁହାଯାଇଛି ।