Odia News Portal

ଲେଡିଜ୍ ଫୋରମ୍ ପକ୍ଷରୁ ଟ୍ରାଫିକ୍ ସଚେତନତା

ଭୁବନେଶ୍ୱର : ସତ୍ୟନଗର ଲେଡିଜ୍ ଫୋରମ୍ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଡମଣା ଛକଠାରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନାରୀମାନେ ନୂଆ ମୋଟରଯାନ ଆଇନ୍କୁ ପାଳନ କରିବା ପାଇଁ  ଲୋକ ମାନଙ୍କୁ କହିଥିଲେ । ହେଲ୍ ମେଟ୍ ପିନ୍ଧି ଗାଡି ଚଳାଇବା, ସିଟ୍ ବେଲ୍ଟ ବାନ୍ଧିବା, ମଦ ପାନକରି ନ ଚଳାଇବା ଇତ୍ୟାଦି ବିଷୟରେ ସଚେତନତା କରିଥିଲେ ।

ଫୋରମ୍ ସଂପାଦିକା ଅନୁରାଧା ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସୁବାସ ପାତ୍ର, ମଧୁସ୍ମିତା ଦାସ, ସୁଲୋଚନା ଦାସ, ସଂଯୁକ୍ତ ମହଲ, ଜ୍ୟୋସ୍ନା ପରିଡା, ମାନସ ରଂଜନ ଦାସ, ଟ୍ରାଫିକ୍ ଏସିପି ବିଷ୍ଣୁ ପାତ୍ର, ଆଇଆଇସି ପ୍ରମୋଦ ପଟ୍ଟନାୟକ, କନେଷ୍ଟବଳ ଶେଷଦେବ ସାହୁ ଓ ଫୋରମ୍ର ସୋଭେଦିତା ରଏ, ଅବିନାଶ ରାୟ ଚୈାଧୁରୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନତା କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ ମହିଳା ଏବଂ ସ୍ଥାନୀୟ ଅଂଚଳର ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ