Odia News Portal

ଚତୁର୍ଦ୍ଦଶ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା

କେନ୍ଦୁଝର: ହାଟଡିହି ବ୍ଲକ ଅଧିନସ୍ଥ ବିବେକାନନ୍ଦ ପାଠକ ମଞ୍ଚ, ନୂଆରମ୍ପାସର ବାର୍ଷିକ ସ୍ଵନକ୍ଷତ୍ର ଉପଲକ୍ଷେ ଆୟୋଜିତ ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ସ୍ଥାନୀୟ ଜପିଦାସ ବିଦ୍ୟାମନ୍ଦିର, ବଡ଼ରମ୍ପାସ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୬୦ଟି ବିଦ୍ୟାଳୟର ୩୫୦ ରୁ ଉର୍ଧ୍ୱ ପ୍ରତିଯୋଗୀ ବକ୍ତୃତା, ଓଡ଼ିଆ ଭାଷାଜ୍ଞାନ ଓ ଆଶୁକବିତା ଲିଖନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ବିଭାଗରେ ଛାତ୍ରଛାତ୍ରୀମାନେ ‘ଆମ ଗାଁ ଯଦି ସହର ହୋଇଯାଆନ୍ତା’ ଶୀର୍ଷକରେ ବକ୍ତୃତା ରଖିଥିବା ବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀ ବିଭାଗର ଛାତ୍ରଛାତ୍ରୀମାନେ ‘ମାତୃଭାଷା ନ ପଢିଲେ କ୍ଷତି କଣ’ ବିଷୟରେ ବିତର୍କ କରିଥିଲେ । ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ବିଭାଗର ପିଲାମାନେ ‘ଇଣ୍ଟରନେଟ ଆମର ଶତ୍ରୁ କି ! ଶୀର୍ଷକରେ ବକ୍ତୃତା ଦେଇଥିଲେ ।