Odia News Portal

ବାପାର କଟୁରୀ ଚୋଟରେ ପୁଅ ଲହୁଲୁହାଣ

ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା | ପାରିବାରିକ କଳହ ପାଇଁ ବାପାର କଟୁରୀ ଚୋଟରେ ପୁଅ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି | ତେବେ ଅବସ୍ଥା ଶଙ୍କଟାପନ୍ନ ଥିବାରୁ କଟକ ଏସସିବିକୁ ସ୍ଥାନାନ୍ତର ପାଇଁ ମାହାଙ୍ଗା ମେଡିକାଲ ପକ୍ଷରୁ ଡାକ୍ତର ନିର୍ଦ୍ଦେଶ ଦେଇଥିବା ଜଣାପଡୁଛି |

ସୂଚନା ମୁତାବକ ଶୋଇଥିବା ଅବସ୍ଥାରେ ବାପା ମାନସ ବେହେରା ପୁଅ ଅଜିତ ବେହେରାଙ୍କ ବେକକୁ କଟୁରୀରେ ହାଣି ଦେଇଥିଲେ | ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ଅଜିତକୁ ପ୍ରଥମେ ମାହାଙ୍ଗା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା | ତେବେ ଅବସ୍ଥା ଶଙ୍କଟାପନ୍ନ ହେବାରୁ ସେଠାରୁ କଟକ ସ୍ଥାନାନ୍ତର କରାଯାଇଛି | ପୁତ୍ର ହନ୍ତା ବାପାକୁ ଗ୍ରାମବାସୀ ମାନେ କାବୁକରୀ ପୋଲିସ ଜିମା ଦେଇଛନ୍ତି l ମାହାଙ୍ଗା ପୋଲିସ ଘଟନସ୍ଥଳୀରେ ପହଂଚି ତଦନ୍ତ ଜାରିରଖିଛି |

ମାତ୍ର ଶହେ ଟଙ୍କା ପାଇଁ ବାପ ପୁଅକୁ ହାଣିଥିବା ସ୍ୱୀକାର କରିଛି।ଲଳିତଗିରି ଅଂଚଳର ଏହି ଲୋମ ଟାଙ୍କୁରା ଘଟଣା ସାରା ମାହାଙ୍ଗାରେ ଆଲୋଡନ ସୃଷ୍ଟି କରିଛି | ବୋହୂର ଟଙ୍କା ଚୋରି କରି ଧରା ପଡିଜିବାରୁ ଉତକ୍ଷିପ୍ତ ହୋଇ ବାପ ପୁଅକୁ ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି | ତେବେ ପୁଅ ଜୀବନ ମୃତ୍ୟୁ ସହ ହସ୍ପିଟାଲରେ ସଂଘର୍ଷ କରୁଥିବା କୁହାଯାଉଛି | ଅପରାଧୀ ବାପାକୁ ଉପଯୁକ୍ତ ଶାସ୍ତି ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି |