Odia News Portal

ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ପାଇଁ ସ୍ୱତନ୍ତ୍ର ଆଇନ

ଭୁବନେଶ୍ୱର() ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଏକାମ୍ର ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ପାଇଁ ଜମି ହସ୍ତାନ୍ତର କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଯେ, ‘ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆସିବ । ପୁରୀ ଶ୍ରୀମନ୍ଦିର ଆଇନ ଭଳି ଏହି ଆଇନ ପ୍ରଣୟନ ହେବ । ଏକାମ୍ର କ୍ଷେତ୍ରକୁ ଅଧିକ ଭକ୍ତ ଓ ପର୍ଯ୍ୟଟକ ଆକର୍ଷିତ କରିବାକୁ ଯୋଜନା ରହିଛି ।’