Odia News Portal

ଜେଲ୍ ପାଇଁ ମୋବାଇଲ୍ ଫୋନ୍ ଡିଟେକ୍ଟର ବ୍ୟବସ୍ଥା

ଭୁବନେଶ୍ୱର()  ରାଜ୍ୟର ସମସ୍ତ ଜେଲ୍କୁ ଦିଆଯିବ ମୋବାଇଲ୍ ଫୋନ୍ ଡିଟେକ୍ଟର। ଖୁବ୍ ଶୀଘ୍ର ସବୁ ଜେଲ୍କୁ ୩ ଶହ ମୋବାଇଲ୍ ଫୋନ୍ ଡିଟେକ୍ଟର ଦିଆଯିବ ବୋଲି ଜେଲ୍ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜେଲ୍ କର୍ମଚାରୀଙ୍କୁ ଏହି ଫୋନ୍ ଡିଟେକ୍ଟର ମିଳିବା ପରେ ସେମାନେ ଅତି ସହଜରେ ଜାଣି ପାରିବେ କେଉଁ କଏଦୀ ପାଖରେ ଫୋନ୍ ଅଛି ।

ଜେଲ୍ ବିଭାଗର ବରିଷ୍ଠ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ଥିବା ଜେଲ୍ ମଧ୍ୟରୁ ମାତ୍ର ୫ଟି ଜେଲ୍ରେ ଜାମର ଲାଗିଛି । ଯେଉଁ ସମୟରେ ୨ ଜି ଫୋନ୍ର ବହୁଳ ବ୍ୟବହାର ହେଉଥିଲା ସେ ସମୟରେ ଏହି ୫ଟି ଜେଲ୍ରେ ଜାମର ଲଗାଯାଇଥିଲା। ଉକ୍ତ ଜାମର କ୍ଷମତା ଥିଲା କେବଳ ୨ ଜି ଫୋନ୍ର ସିଗନାଲ ଜାମ କରିବା । ଏବେ ୪ ଜି ଫୋନ ବ୍ୟବହାର ହେଉଛି । ଆଉ ଖୁବ କମ୍ ଦିନ ମଧ୍ୟରେ ୫ ଜି ଆସିବ । କଏଦୀମାନେ ସ୍ମାଟ୍ ଫୋନ୍ ବ୍ୟବହାର କରୁଥିବାରୁ ଜାମର ଥାଇ ମଧ୍ୟ କିଛି କାମ ଦେଉ ନାହିଁ । ତା’ଛଡା ଜେଲରେ ଶହ ଶହ କଏଦୀ ରହୁଛନ୍ତି । କାହା ପାଖରେ ଫୋନ୍ ଅଛି ତାହା ଜାଣିବା ମଧ୍ୟ କଷ୍ଟକର । ସେଥିପାଇଁ ଆମେ ମୋବାଇଲ୍ ଫୋନ୍ ଡିଟେକ୍ଟର ଆଣିବାକୁ ଯୋଜନା କରିଛୁ । ଖୁବ୍ କମ୍ ସମୟ ମଧ୍ୟରେ ଏହି ଡିଟେକ୍ଟର ଜେଲ୍ କତ୍ତୃପକ୍ଷଙ୍କୁ ମଳିଯିବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।