Odia News Portal

ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି()  ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କର ବଦଳି ହୋଇଛି । ମନୀଷଙ୍କ ବଦଳରେ ୱାଇ ବିଜୟ ହୋଇଛନ୍ତି ମାଲକାନଗିରିର ନୂଆ ଜିଲ୍ଲାପାଳ । ତେବେ ମନୀଷ ଅଗ୍ରୱାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସଚିବ ଭାବେ ଦାୟିତ୍ୱ ଦିଆଯାଇଛି ।

ସୂଚନା ଅନୁସାରେ, ଗତକାଲି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁ ରେ ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା । ଏହି ମାମଲାକୁ ଏସଡିଜେଏମ କୋର୍ଟଙ୍କ ନିର୍ଦେଶକ୍ରମେ ପୋଲିସ ରୁଜୁ କରିଥିଲା ।

ଗତ ଡିସେମ୍ବର ୨୭ ତାରିଖରେ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ ଦେହ ସ୍ଥାନୀୟ ସତୀଗୁଡା ଡ୍ୟାମରୁ ମିଳିଥିଲା।

ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ କୌଣସି ନ୍ୟାୟ ନପାଇବାରୁ ପରିବାର ଲୋକେ ବାଧ୍ୟ ହୋଇ ଚାରି ଜଣଙ୍କ ନାମରେ ଏତଲା ଦାୟର କରିଥିଲେ।….ତେବେ ଏସଡିଜେଏମ କୋର୍ଟଙ୍କ ନିର୍ଦେଶକ୍ରମେ ଦକ୍ଷିଣାଞ୍ଚଳ ଡିଏସପିଙ୍କ ନେତୃତ୍ବରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। କୌଣସି ଟଙ୍କା ହେରଫେରକୁ ନେଇ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରାଯାଇଛି। ଜିଲ୍ଲାପାଳ ସମେତ ଅନ୍ୟ ତିନି ଜଣ ହିଁ ତାଙ୍କ ସ୍ବାମୀଙ୍କୁ ହତ୍ୟା କରି ସତୀଗୁଡା ଡ୍ୟାମରେ ଫିଙ୍ଗି ଦେଇଥିବା ପତ୍ନୀ ବନଜା ପଣ୍ଡା ଏତଲାରେ ଦର୍ଶାଇଛନ୍ତି।