Odia News Portal

ଶାରିରୀକ ଅଚଳ ଓ ଶର୍ଯ୍ୟାଶାୟୀ ଲୋକଙ୍କୁ ଟିକା ପାଇଁ ଆରମ୍ଭ ହେଲା ପଞ୍ଜିକରଣ

ଭୁବନେଶ୍ୱର: ଶର୍ଯ୍ୟାଶୟୀ ଏବଂ ଶାରିରୀକ ଅଚଳ ଲୋକଙ୍କୁ ଟିକା ଦେବା ଲାଗି ଆରମ୍ଭ ହୋଇଛି ପଞ୍ଜିକରଣ । ବିଏସି ପକ୍ଷରୁ କରାଯାଇଛି ଏଭଳି ସୁବିଧା । ଏଯାବତ ୩୦ଜଣ ପଞ୍ଜିକରଣ କରରିଥିବା ଦେଖିବାକୁ ମିଳିଛି । ତେବେ ପଞ୍ଜିକୃତ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଯାଞ୍ଚ କରିବା ପରେ ଟିକା ପ୍ରଦାନ କରାଯିବ । ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଘରେ ଯାଇ ଟିକା ଦିଆଯିବ ବୋଲି ସୂଚନା ଦେଇଛି ବିଏମସି ।

ସହହର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦିଆଯିବାକୁ ବିଏମସିର ଟାର୍ଗେଟ ରହିଛି। ବିଶେଷ କରି ଯେଉଁମାନେ ଏଭଳି ସମ୍ବେଦନଶୀଳ ବ୍ୟକ୍ତି ସେମାନଙ୍କୁ ସ୍ୱଚ୍ଛତା ଓ ସୁରକ୍ଷା ରେ ଟିକା ଦେବା ଲାଗି ଏହି ବ୍ୟବସ୍ଥା ହୋଇଛି। ଅନ୍ୟପଟେ ୧୮ରୁ ୪୪ ବର୍ଗର ହିତାଧିକାରୀଙ୍କ ଦ୍ୱୀତିୟ ଡୋଜ ପାଇଁ ଓ୍ୱାକ୍ ଇନ୍ ଟିକାକରଣ କରାଯାଇଛି। ଅଗ୍ରାଧିକାରୀ ଭିତ୍ତିରେ ପ୍ରଥମ ଡୋଜ୍ ନେଇସାରିଥିବା ପ୍ରାୟ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଡ୍ୟୁ ଡେଟ୍ ଅନୁଯାଇ ଆସନ୍ତା ସୋମବାର ସୁଦ୍ଧା ଟିକାଦାନ ସରିବା ପରେ ବଳକା ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଦିଆଯିବ ବୋଲି ସେ କହିଛନ୍ତି।