Odia News Portal

ମୋ ସ୍ୱାମୀ ନିର୍ଦୋଶ

ନୟାଗଡ()   କଟକ ଟି୍ରପଲ ମର୍ଡର ଘଟଣାରେ ପୋଲିସ ଗିରଫ କରିଥିବା ନାରାୟଣ ସାହୁଙ୍କ ପତ୍ନୀ ଗୀତାଂଜଳି ସାହୁ ନୟାଗଡ ପୋଲିସ ନିକଟରେ ପହଂଚି ଚାଂଚଲ୍ୟକର ବୟାନ ଦେଇଚନ୍ତି ସେ ନୟାଗଡ ଏସପିଙ୍କୁ ଭେଟି କହିଛନ୍ତି ଯେ ତାଙ୍କ ସ୍ୱାମି ଏଭଳି ହତ୍ୟାକାଣ୍ଡରେ ଆଦୌ ସଂପୃକ୍ତ ନୁହଁନ୍ତି । ତାଙ୍କୁ ମିଛରେ ଫସାଇ ଦିଆଯାଇଛି । ନାରାୟନ ପୂର୍ବରୁ ବ୍ୟବସାୟ କରୁଥିଲେ ଏବଂ ସେ ଏଥିପାଇଁ ବହୁ ଟଙ୍କା ଧାର କରଜ କରିଥିଲେ । ସେହି ଟଙ୍କା ସୁଝି ନପାରିବାରୁ ସେ ତାଙ୍କର ୧୮ଲକ୍ଷ ଟଙ୍କାର ବାସଗୃହକୁ ୭ଲକ୍ଷ ଟଙ୍କାରେ ବନ୍ଧକ ପକାଇଥିଲେ । କିନ୍ତୁ ବନ୍ଧକ ରଖିଥିବା ଲୋକ ତାଙ୍କୁ ୩ଲକ୍ଷ ଟଙ୍କା ଦେଇ ଜବରଦସ୍ତ ସେହି ଜାଗାକୁ ରେଜେଷ୍ଟି୍ର କରାଇ ନେବା ପରେ ତାଙ୍କ ସ୍ୱାମୀ ଏକ ପ୍ରକାର ପାଗଳ ହୋଇ ବୁଲୁଥିଲେ ଏବଂ ଘରୁ ପଳାଇଥିଲେ ।ଏହା ପରେ ସେ ଗତ ୨୨ ତାରିଖ ଦିନ ଘରକୁ ଫେରି ୨୪ ତାରିଖ ପର୍ଯ୍ୟନ୍ତ ଘରେ ରହିଥିଲେ ତେଣୁ ସେ କଦାପି ଏଭଳି କାମ କରିନାହାଁନ୍ତି ବୋଲି ଗୀତାଂଜଳି ନୟାଗଡ ଏସପିଙ୍କୁ କହିବା ସହିତ ତାଙ୍କୁ ନ୍ୟାୟ ଦେବା ପାଇଁ ଆକୂଳ ନିବେଦନ କରିଛନ୍ତି । ତାଙ୍କର ଏହି ଅଭିଯୋଗକୁ କଟକ ଡିସିପିଙ୍କ ନିକଟକୁ ପଠାଇଯିବ ବୋଲି ନୟାଗଡ ଏସପି ପ୍ରତିଶ୍ରୁତି ଦେଇଛନ୍ତି ।