Odia News Portal

ଲଞ୍ଚ୍ ହେଲା ବିଶ୍ୱର ପ୍ରଥମ ଅଣ୍ଡର ଡିସପ୍ଲେ କ୍ୟାମେରା ସ୍ମାର୍ଟଫୋନ୍

ନୂଆଦିଲ୍ଲୀ : ଚାଇନିଜ୍ କମ୍ପାନୀ ZTE ନିଜ Axon 20 5G ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି । ଏହା ହେଉଛି ବିଶ୍ୱର ପ୍ରଥମ ଅଣ୍ଡର ଡିସପ୍ଲେ କ୍ୟାମେରା ସ୍ମାର୍ଟଫୋନ୍ । କମ୍ପାନୀ କହିଛି ଯେ ଏହା ଇଣ୍ଡଷ୍ଟ୍ରୀର ପ୍ରଥମ ଫୁଲ୍ ଡିସପ୍ଲେ ଫୋନ୍ । ଏହା ବ୍ୟତୀତ ଫୋନର ରିୟରରେ ୪ଟି କ୍ୟାମେରା ସେଟଅପ୍ ଦିଆଯାଇଛି । ଫୋନରେ ଅକ୍ଟା-କୋର୍ ପ୍ରୋସେସର ଦିଆଯାଇଛି । ଆସନ୍ତୁ ଜାଣିବା ଏହି ଫୋନ୍ ସମ୍ପର୍କରେ…

ଏଥିରେ ୬.୯୨ ଇଞ୍ଚର OLED ଡିସପ୍ଲେ ଦିଆଯାଇଛି । ଏହାର ଆସପେକ୍ଟ ରେସିଓ 20.5:9 । ଏଥିରେ DTS:X ଅଲ୍ଟ୍ରା ୩ଡି ସାଉଣ୍ଡ ରହିଛି, ଯାହା କି ଡିଭାଇସକୁ ସିନେମା ଭଳି ଏକ୍ସପ୍ରିୟନ୍ସ ଦେବା ପାଇଁ ସାହାଯ୍ୟ କରିବ । ଫୋନ ଡିସପ୍ଲେର ଆସ୍ପେକ୍ଟ ରେସିଓ 20.5:9 ରହିବ ।

ଫୋନର ଅନ୍ୟ ଫିଚର୍ସ କଥା କହିବା ତ ଏହାକୁ ବ୍ଲୁ, ବ୍ଲାକ୍, ପର୍ପଲ ଓ ଅରେଞ୍ଜ ୪ଟି କଲରରେ ମାର୍କେଟକୁ ଆଣିଛି କମ୍ପାନୀ । ଫୋନରେ ସ୍ନାପଡ୍ରାଗନ୭୬୫ ଏସଓସିର ସପୋର୍ଟ ମିଳିବ । ଫୋନରେ ୮ ଜିବି ରାମ ଓ ୨୫୬ ଜିବି ଷ୍ଟୋରେଜ୍ ଦିଆଯାଇଛି । ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ଏହାର ଷ୍ଟୋରେଜକୁ ୨ ଟିବି ପର୍ଯ୍ୟନ୍ତ ବଢାଇ ହେବ ।

ଏଥିରେ ୬୪ ମେଗାପିକ୍ସେଲର ସୁପର ଏଚଡି ମେନ୍ କ୍ୟାମେରା ରହିଛି ଯାହା ୪କେ ହାଇ-ରିଜୋଲ୍ୟୁସନ ଭିଡିଓକୁ ସପୋର୍ଟ କରେ । ପାୱର ପାଇଁ ଏଥିରେ ୪୨୨୦ ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି ।  ଏହାର ୬ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ ଭେରିଏଣ୍ଟର ଦାମ୍ ୨,୧୯୮ ୟୁଆନ୍ ଅର୍ଥାତ୍ ପ୍ରାୟ ୨୩,୫୦୦ ଟଙ୍କା ରଖାଯାଇଛି । ୮ ଜିବି ରାମ୍ ଓ ୧୨୮ ଜିବି ଭେରିଏଣ୍ଟର ଦାମ୍ ୨୪୯୮ ୟୁଆନ୍ ଅର୍ଥାତ୍ ପ୍ରାୟ ୨୬,୭୦୦ ଟଙ୍କା ଏବଂ ୮-୨୫୬ ଜିବି ଷ୍ଟୋରେଜ୍ ଭେରିଏଣ୍ଟର ଦାମ୍ ୩୦,୦୦୦ ଟଙ୍କା ରହିବ । ତେବେ ଭାରତରେ ଏହି ଫୋନକେ କେବେ ଲଞ୍ଚ କରାଯିବ ସେନେଇ କୌଣସି ସୂଚନା ଦିଆଯାଇନି ।