Odia News Portal

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ସହକାରୀ ଯୋଗାଣ ଅଧିକାରୀଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ‌ହୋଇଛି। ଏହି ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସର ୫ ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ୍‌ ରହିଛନ୍ତି। ତେବେ ଯୋଗାଣ ଖୋର୍ଦ୍ଧା, ଡେଙ୍କାନାଳ ଓ ମୟୂରଭଞ୍ଜ ଜଲ୍ଲାରେ ଥିବା ଅଧିକାରୀଙ୍କ ୭ଟି ସ୍ଥାନରେ ଏକକାଳୀନ ଏହି ଚଢ଼ାଉ ଆରମ୍ଭ ହୋଇଛି।