Odia News Portal

କଙ୍ଗନାଙ୍କୁ ହତ୍ୟା ଧମକ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମୃତ୍ୟୁ ଧମକ ମିଳିଛି। ଏହା ପରେ ଅଭିନେତ୍ରୀ ଏକ ଏଫଆଇଆର ଦାଖଲ କରିଛନ୍ତି। କଙ୍ଗନା ଏହାର ସୂଚନା ଏବଂ FIR ର କପି ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।

ମୋର ଏହି ପୋଷ୍ଟରେ, ମୋତେ ନିରନ୍ତର ଧମକ ମିଳୁଛି। ବଥୀଣ୍ଡାରୁ ଜଣେ ଭାଇ ସାହେବ ମୋତେ ହତ୍ୟା କରିବାକୁ ଖୋଲାଖୋଲି ଧମକ ଦେଇଛନ୍ତି। ମୁଁ ଏପରି ଧମକକୁ ଭୟ କରେ ନାହିଁ। ଦେଶ ବିରୋଧରେ ଷଡଯନ୍ତ୍ର ଏବଂ ଆତଙ୍କବାଦୀ ଶକ୍ତି ବୋଧରେ ସର୍ବଦା କହୁଛି ଏବଂ କହିବି।

ଅଭିନେତ୍ରୀ ଆହୁରି ଲେଖିଛନ୍ତି, “ମୁଁ କଂଗ୍ରେସ ସଭାପତି ସୋନିଆ ଜୀଙ୍କୁ ମନେ ପକାଇବାକୁ ଚାହେଁ ଯେ ଆପଣ ମଧ୍ୟ ଜଣେ ମହିଳା, ଆପଣଙ୍କ ଶାଶୁ ଇନ୍ଦିରା ଗାନ୍ଧୀ ଜି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହି ଆତଙ୍କବାଦ ବିରୋଧରେ ଲଢିଥିଲେ। ଦୟାକରି ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଏହିପରି ଆତଙ୍କବାଦୀ, ବିଶୃଙ୍ଖଳାକାରୀ ତଥା ଜାତୀୟ ବିରୋଧୀ ଶକ୍ତିଙ୍କ ଧମକ ଉପରେ ସେ ତୁରନ୍ତ କାର୍ଯ୍ୟ କରନ୍ତୁ ।