Odia News Portal
Monthly Archives

September 2020

ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର() ରାଜ୍ୟର ୨ଟି ବିଧାନସଭା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ତାରିଖ ଘୋଷଣା କରାଯାଇଛି । ନଭେମ୍ବର ୩ରେ ଉଭୟ ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯିବ । ଅକ୍ଟୋବର ୧୬ ନାମାଙ୍କନ ଦାଖଲର ଶେଷ ଦିନ । ସେହିପରି ଅକ୍ଟୋବର…

୩ ଦିନ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର() ଆସନ୍ତା ୩୦ ତାରିଖଠାରୁ ଅକ୍ଟୋବର ୨ ପର୍ୟ୍ୟନ୍ତ ରାଜ୍ୟରେ ବଜ୍ରପାତ ସହ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଏଣୁ ଏହି ୩ ଦିନ ସତର୍କତା ଅବଲମ୍ବନ କରିବା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯାଇଛି । ଏହା ସହ ବିପଦ ଥିବା ଜିଲ୍ଲା…

ଅପରାହ୍ନ ୩ଟା ପର୍ୟ୍ୟନ୍ତ ମୁଲତବୀ

ଭୁବନେଶ୍ୱର() ମଙ୍ଗଳବାର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ତେବେ ଆଜି ଶୋକପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ମୁଲତବୀ କରାଯାଇଛି । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହ କାର୍ୟ୍ୟକୁ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ପ୍ରକାଶ ଯେ, କରୋନା ଡର ମଧ୍ୟରେ…

ମଙ୍ଗଳ ଗ୍ରହରେ ୩ଟି ନୀଳ ହ୍ରଦ

ନାସାର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ପାଣିର ସନ୍ଧାନ ପାଇଛନ୍ତି । ବୈଜ୍ଞାନିକମାନେ ମଙ୍ଗଳ ଗ୍ରହର ମାଟି ତଳେ ୩ଟି ନୀଳ ହ୍ରଦ ପାଇଛନ୍ତି । ତେବେ ଦୁଇ ବର୍ଷ ପୂର୍ବରୁ ମଙ୍ଗଳ ଗ୍ରହର ଦକ୍ଷିଣ ଧ୍ରୁବରେ ଏକ ବଡ ଲୁଣିଆ ହ୍ରଦର ସନ୍ଧାନ ମିଳିଥିଲା । ଏହି ହ୍ରଦ ବରଫ ତଳେ ପୋତି ହୋଇ ରହିଛି । ଯଦି…

ଆଉ ୧୫ ଜଣଙ୍କ ମୃତ୍ୟୁ, ଖୋର୍ଦ୍ଧାରୁ ୩

ଭୁବନେଶ୍ୱର() ଆଜି ରାଜ୍ୟରେ ୩୦୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ଆଜି ୩୦୬୭ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର() ଆଜି ରାଜ୍ୟରେ ୩୦୬୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୦୯ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୫ ହଜାର ୬୭୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ…

ନବୀନ ନିବାସରୁ ଯୋଡି ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର() କରୋନା କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନରେ ରାଜ୍ୟ ସରକାର ୯ଟି ଅଧ୍ୟାଦେଶ ସମେତ ମୋଟ୍ ୧୬ଟି ବିଲ୍‌ ଆଗତ କରିବେ ବୋଲି ଜଣାପଡିଛି । ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କୋଭିଡ୍‌ ମହାମାରୀ ସମୟରେ…

ଆଉ ୫ ବିଧାୟକଙ୍କୁ କରୋନା

ଭୁବନେଶ୍ୱର() ବିଧାନସଭାରେ କରୋନା ଟେଷ୍ଟରେ ଆଉ ୫ ବିଧାୟକ ପଜିଟିଭ ହୋଇଛନ୍ତି । ତୃତୀୟ ଦିନରେ ହୋଇଥିବା ଟେଷ୍ଟରେ ବିଧାୟକ ପଜିଟିଭ୍ ଆସିଥିବା ସୂଚନା ମିଳିଛି । ଗତକାଲି ୨୫ ବିଧାୟକଙ୍କର କରୋନା ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜୟନ୍ତ ଷଡଙ୍ଗୀ, ଭୂଦାନ ମୁର୍ମୁ, ବିକ୍ରମ ପଣ୍ଡା, ଅଙ୍ଗଦ…

୪ରୁ ଖୋଲିବ ନନ୍ଦନକାନନ, ପର୍ଯ୍ୟଟକଙ୍କ ହେବ ଥର୍ମାଲ ସ୍କାନିଂ

ଭୁବନେଶ୍ବର()  ଅକ୍ଟୋବର ୪ରୁ ଖୋଲାଯିବ ନନ୍ଦନକାନନ ।  ବଟାନିକାଲ ଗାର୍ଡେନ ମଧ୍ୟ ୪ରୁ ଖୋଲାଯିବ । ନନ୍ଦନକାନନ ଖୋଲିବା ନେଇ ପିସିସିଏଫ ହରିଶଙ୍କର ଉପାର୍ଯ୍ୟାୟ ସୂଚନା ଦେଇଛନ୍ତି । ଏକକାଳୀନ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ଛଡାଯିବ, ତାହାର ତର୍ଜମା କରାଯିବ । ମାସ୍କ ପିନ୍ଧିନଥିଲେ କୌଣସି…

ଆଡମିଶନ ବେଳେ ଜରୁରୀ ନୁହେଁ ଅରିଜିନାଲ ସାର୍ଟିଫିକେଟ

ଭୁବନେଶ୍ୱର()  +୩ ଆଡମିଶନ ନେଇ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅରିଜିନାଲ ସାର୍ଟିଫିକେଟ ବିନା +୩ ଆଡମିଶନ ନେଇ ନିଦେ୍ର୍ଧଶ ଦିଆଯାଇଛି । ଏନେଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । କରୋନା କାରଣରୁ ଅରିଜିନାଲ…