Odia News Portal
Yearly Archives

2020

ଭୁବନେଶ୍ୱରରୁ ଆଉ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର()   ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୪୭ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୧୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।…

ଏହିସବୁ ଜିଲ୍ଲା ପାଇଁ ରେଡ଼ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର()  ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଯେଉଁସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ସେହିସବୁ ଜିଲ୍ଲାରେ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି  । କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, ସୁନ୍ଦରଗଡ଼ ଓ ଦେବଗଡ଼ ପାଇଁ ରେଡ଼ ୱାର୍ଣ୍ଣିଂ ଜାରି ହୋଇଛି  ।…

ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ

ଭୁବନେଶ୍ୱର() ଲଘୁଚାପ ବର୍ଷା ଓ ତତଜନିତ ବନ୍ୟା ପରିସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମୀକ୍ଷା କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କଥା ହୋଇଛନ୍ତି । ତେବେ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର…

ବିଜେଡ଼ି କର୍ମକର୍ତ୍ତାଙ୍କୁ ନୂଆ ସାଙ୍ଗଠନିକ ଦାୟିତ୍ୱ

ଭୁବନେଶ୍ୱର() ବିଜେଡ଼ି କର୍ମକର୍ତ୍ତାଙ୍କୁ ନୂଆ ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଛି । ୪୫ଜଣ ସମ୍ପାଦକ ଓ ୪୧ଜଣ ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯାଇଛି । ସମସ୍ତଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡିଶାକୁ ୨ଟି ଜାତୀୟ ପୁରସ୍କାର

ଭୁବନେଶ୍ୱର() ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୦ର ଫଳାଫଳ ଆଜି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ପରୀକ୍ଷଣରେ ଦେଶରେ ୪ର୍ଥ ଥର ପାଇଁ ନମ୍ବର ୱାନ୍ ସ୍ଥାନ ଅଧିକାର କରିଛି ମଧ୍ୟପ୍ରଦେଶର ଇନ୍ଦୋର ସହର । ଏହା ସହ ଏହି ପରୀକ୍ଷଣରେ ଓଡିଶାକୁ ମଧ୍ୟ ୨ଟି ଜାତୀୟ ପୁରସ୍କାର ମିଳିଛି…

ସ୍ଥାନୀୟ ଅଧିକାରୀଙ୍କ ଉପରେ ଗଣେଶ ପୂଜା ନିଷ୍ପତ୍ତି

ଭୁବନେଶ୍ୱର() କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁଇନ ସିଟିରେ ଗଣେଶ ପୂଜା ଉପରେ କମିଶନରେଟ ପୁଲିସ ରୋକ ଲଗାଇଥିଲା । ତେବେ ଏନେଇ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମାନ୍ୟବର ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ମାନ୍ୟବର କୋର୍ଟ ସ୍ଥାନୀୟ ଅଧିକାରୀଙ୍କ ଉପରେ ଗଣେଶ…

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା

ଭୁବନେଶ୍ୱର()ଆଜି ରାଜ୍ୟରେ ଆଉ ଜଣେ ବିଧାୟକ କରୋନା କବଜାକୁ ଆସିଛନ୍ତି । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରେନା ହୋଇଥିବା ସୂଚନା ମିଳିଛି । ତାଙ୍କର ଆଜି କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି । ଏହା ପୂର୍ବରୁ ରାଜ୍ୟରେ ୬ ବିଧାୟକ ଓ ଜଣେ ମନ୍ତ୍ରୀ କରୋନାରେ…

ପୁଣି ବଢିଲା ପେଟ୍ରୋଲ ଦର

ଗୋଟିଏ ଦିନର ସ୍ଥିରତା ପରେ ପୁଣି ଥରେ ବୃଦ୍ଧି ପାଇଛି ତେଲ ଦର। ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୦ ପଇସା ମହଙ୍ଗା ହୋଇ ୮୧ ଟଙ୍କାରେ ପହଞ୍ଚିଛି। ସୂଚନା ମୁତାବକ ଗୋଟିଏ ସପ୍ତାହ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୫୭ ପଇସା ମହଙ୍ଗା ହୋଇଛି। ସୂଚନା ମୁତାବକ ଗତକାଲି ଅର୍ଥାତ…

ଜଗନ୍ନାଥ ଲେଙ୍କାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର() ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ହୋଇଛନ୍ତି ପ୍ରଫେସର ଜଗନ୍ନାଥ ଲେଙ୍କା । ଜଗନ୍ନାଥ ଲେଙ୍କାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ଓଡ଼ିଶା ଅର୍ଥନୀତି ବିଭାଗର ମୁଖ୍ୟ ଥିଲେ ଜଗନ୍ନାଥ ।

ଆଉ ୮ ଜୀବନ ନେଲା କରୋନା

ଭୁବନେଶ୍ୱର() ରାଜ୍ୟରେ ଆଜି ୨୮୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାର ସର୍ବାଧିକ ୪, ଖୋର୍ଦ୍ଧା , କଟକ, ଢ଼େଙ୍କାନାଳ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ…