ପୁଣି ଘୁଞ୍ଚିଲା ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି । ଜଷ୍ଟିସ ଏସଏ ବୋବଦେଙ୍କ ଅନୁପସ୍ଥିତି କାରଣରୁ ଏହାକୁ ପୁଣି ଘୁଞ୍ଚାଯାଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ କୋର୍ଟ କୌଣସି ନୂଆ ତାରିଖ ଘୋଷଣା କରି ନାହାନ୍ତି ।
ଦୁଇଦିନ ତଳେ ଅଯୋଧ୍ୟା ଜମି ବିବାଦ ମାମଲାର ବିଚାର ଲାଗି ଉଦ୍ଧିଷ୍ଟ ସୁପ୍ରିମକୋର୍ଟ ଖଣ୍ଡପୀଠକୁ ପୁର୍ନଗଠନ କରିଥିଲେ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ୍ ଗୋଗୋଇ। ଜାନୁଆରି ୨୯ ତାରିଖ ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ବେଳେ ମୁଖ୍ୟ ବିଚାରପତି ଏହି ଖଣ୍ଡପୀଠରେ ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଅବ୍ଦୁଲ ନାଜିରଙ୍କୁ ସାମିଲ କରିଛନ୍ତି। ୨୦୧୮ ଅକ୍ଟୋବରରେ ଶୁଣାଣି ହେବାକୁ ଥିବା ରାମ ଜନ୍ମଭୂମୀ-ବାବ୍ରୀ ମସଜିଦ୍ ମାମଲାର ଶୁଣାଣି ଘୁଞ୍ଚି ଘୁଞ୍ଚି ଚାଲିଛି ।
ଗତ ଜାନୁଆରି ୪ ତାରିଖରେ ମୁଖ୍ୟବିଚାରପତି ଗୋଗୋଇ ଏହି ମାମଲାର ବିଚାର ଲାଗି ଏକ ଖଣ୍ଡପୀଠ ଗଠନ କରିଥିଲେ। କିନ୍ତୁ ଗତ ୧୦ ତାରିଖରେ ଜଷ୍ଟିସ୍ ୟୁ.ୟୁ ଲଲିତ ବିଚାରରୁ ଓହରି ଯିବାକୁ ଇଚ୍ଛାପ୍ରକାଶ କରିଥିଲେ। କାରଣ ୨୦ ବର୍ଷ ପୂର୍ବରୁ ସେ ଏହି ମାମଲାରେ ଗୋଟିଏ ପକ୍ଷର ଓକିଲ ଭାବେ କାର୍ୟ୍ୟ କରିଥିଲେ। ରାମ ଜନ୍ମଭୂମି ବାବ୍ରି ମସଜିଦ୍ ବିବାଦ ବିଗତ କିଛି ଦଶନ୍ଧୀ ଧରି ଲଟକି ରହିଛି। ୬, ଡିସେମ୍ବର ୧୯୯୨ରେ ଅଯୋଧ୍ୟାରେ ବାବ୍ରି ମସଜିଦକୁ ଭାଙ୍ଗି ଦିଆଯାଇଥିଲା। ଏ ବାବଦରେ ଅପରାଧିକ ମାମଲା ସହିତ ଜମିଜମା ମକଦମା ମଧ୍ୟ ଚାଲିଛି। ମୂଳ ବିବାଦ ସହିତ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।
Sign in
Sign in
Recover your password.
A password will be e-mailed to you.