Odia News Portal

ନାବାଳିକା ଆଦିବାସୀ ଝିଅକୁ ଗଣ ଦୁଷ୍କର୍ମ କରି ହତ୍ୟା ସନ୍ଦେହ

ଗଛରୁ ଯୁବତୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରେମ ବ୍ୟାପାରରୁ ଆଦିବାସୀ ନାବାଳିକାକୁ ହତ୍ୟା ସନ୍ଦେହ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ତେନ୍ତଳାପଶି ଗ୍ରାମରେ । ଗ୍ରାମର ଚନ୍ଦ୍ରମଣି ନାଏକଙ୍କ ଝିଅକୁ ଗଣ ଦୁଷ୍କର୍ମ ପରେ ଘର ପାଖରେ ଗଛରେ ମାରି ଟାଙ୍ଗୀ ଦେଇଥିବା ଝିଅର ବାପା ମାଆ ଅଭିଯୋଗ କରିଛନ୍ତି। ଏହାସହ ଘଟଣା ସ୍ଥଳରେ ଅଭିଯୁକ୍ତମାନଙ୍କର ପୋଷାକ ପଡିରହିଛି । ଦୁଇ ତିନି ଜଣ ଦୁବୃର୍ତ୍ତ ବ୍ୟସ୍ତତା ଭିତରେ ନିଜ ପିନ୍ଧା ଡ୍ରେସ୍ ମଧ୍ୟ ଛାଡ଼ି ଚାଲି ଯାଇଥିବା ବେଳେ ଯୁବତୀଙ୍କୁ ହତ୍ୟା କରି ତାଙ୍କ ଘର ପଛପାଖ ଏକ ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପଣ୍ଡାପଡା ପୋଲିସ ଏବଂ ସାଇଣ୍ଟିଫିକଟିମ ପହଁଚି ଘଟଣାର ତଦନ୍ତ ଜାରୀରଖିଛି। ସେପଟେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।