Odia News Portal

ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ଜାତୀୟ ପୁରସ୍କାର ଘୋଷଣା ପରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ଜାତୀୟ ପୁରସ୍କାର ଘୋଷଣା ସାରା ଓଡିଶା ପାଇଁ ଖୁସି ଆଣି ଦେଇଥିବା ବେଳେ ଏହା ଓଡିଶା ଏବଂ ଓଡ଼ିଆ ସିନେ ଜଗତ ପାଇଁ ଗର୍ବ ଏବଂ ଗୌରବର ବିଷୟ । ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ଜାତୀୟ ପୁରସ୍କାର ପାଇଁ ଶ୍ରେଷ୍ଠ ବିବେଚିତ ହେବା ପରେ ସିନେମାର ଅଭିନେତା ଏବଂ ପ୍ରଡକସନ ହାଉସକୁ ଶୁଭେଚ୍ଛାର ସୁଅ ଛୁଟିଛି ।ତେବେ ୨୦୨୩ ପାଇଁ ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ଜାତୀୟ ପୁରସ୍କାର ଘୋଷଣା ହୋଇଛି । ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ମିଳିବ। ତରଙ୍ଗ ସିନେ ପ୍ରଡକସନ୍ସର ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି। ଏହି  ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ମିଶ୍ର ଅଭିନୟ କରିଛନ୍ତି।