Odia News Portal

୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ୪୦୦ କିଲୋଗ୍ରାମ ଆରଡିଏକ୍ସ ଧରି ଭାରତରେ ପ୍ରବେଶ କରିଥିବା … ଦାବି ଶୁଣି ମୁମ୍ବାଇ ପୋଲିସ ଆଶ୍ଚର୍ଯ୍ୟ

ମୁମ୍ବାଇ ପୁଲିସର ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ ଏକ ଧମକ ପୂର୍ଣ୍ଣ  ବାର୍ତ୍ତା ପାଇବା ପରେ ମୁମ୍ବାଇ ପୁଲିସକୁ ହାଇ ଆଲର୍ଟ‌ରେ ରଖାଯାଇଛି । ସେହି ସନ୍ଦେଶରେ ଦାବି କରାଯାଇଛି ଯେ 14 ଜଣ ଆତଙ୍କବାଦୀ 400 କିଲୋଗ୍ରାମ ଆରଡିଏକ୍ସ (RDX) ନେଇ ସହରକୁ ପ୍ରବେଶ କରିଛନ୍ତି ଏବଂ ସେଗୁଡିକୁ ଯାନବାହନରେ ରଖିଛନ୍ତି ।

ଅଧିକାରୀ କହିଛନ୍ତି ଯେ ଗଣେଶ ଉତ୍ସବର ଦଶମ ଦିନ ଅନନ୍ତ ଚତୁର୍ଥୀପାଇଁ ପୁଲିସ ପକ୍ଷରୁ କଡାକଡି  ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସମୟରେ, ଗୁରୁ ବାର ଦିନ ସ୍ତାନୀୟ  ପୁଲିସ ହ୍ୱାଟସ୍ଆପ୍‌ ହେଲ୍ପଲାଇନକୁ ଏକ ଧମକ ପୂର୍ଣ୍ଣ  ମେସେଜ  ଆସିଥିଲା ।

ପୁଲିସ ଅଧିକାରୀ ପ୍ରେସ ସମ୍ମେଳନରେ ଘଟଣା ସମ୍ବନ୍ଧରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କ୍ରାଇମ ବିଭାଗ ଏହି ଧମକର ତଦନ୍ତ ଆରମ୍ଭ କରିଛି । ଆତଙ୍କବାଦ ବିରୋଧୀ ଦଳ (ATS) ଓ ଅନ୍ୟାନ୍ୟ ଏଜେନ୍ସୀମାନଙ୍କୁ ମଧ୍ୟ ସୂଚିତ କରାଯାଇଛି ।

ଧମକମୂଳକ ସନ୍ଦେଶରେ ପଠାଇଥିବା ବ୍ୟକ୍ତି ଲଶ୍କର-ଏ-ଜିହାଦୀ ନାମକ ଗୋଟିଏ ସଂଗଠନର ନାମ ଉଲ୍ଲେଖ କରିଥିଲା । ପୁଲିସ କହିଛି, ସେହି ବ୍ୟକ୍ତି ଦାବି କରିଛି ଯେ 14 ଜଣ ଆତଙ୍କବାଦୀ ସହରକୁ ପ୍ରବେଶ କରି 34ଟି ଗାଡ଼ିରେ 400 କିଲୋଗ୍ରାମ RDX ରଖିଛନ୍ତି, ଯାହାକି ବିସ୍ଫୋରଣ କରି ଦେଶକୁ ହିଲାଇଦେବା ପାଇଁ ବ୍ୟବହାର ହେବ ।