ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା, କଡ଼ା ନିର୍ଦ୍ଦେଶନାମା ଜାରି କଲା ଜଳ ସମ୍ପଦ ବିଭାଗ By Swadhikar News Last updated Sep 10, 2025 ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା ଜାରି । ଗାଇଡଲାଇନ୍ ସହ କଡ଼ା ନିର୍ଦ୍ଦେଶନାମା ଜାରି କଲା ଜଳ ସମ୍ପଦ ବିଭାଗ । ପାଇପ୍ ଲାଇନ୍ ବିଛାଇବା ପାଇଁ ୱାଟର୍ ବଡି କ୍ରସିଂ ଅନୁମତିପତ୍ର ଦେବା ବାଧ୍ୟତାମୂଳକ । ପାଇପ୍ ଲାଇନ୍ କରିଡର୍ ପାଇଁ ROW ଅନୁମତି ପାଇଁ ଜାରି ହୋଇଛି SOP । ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି, ଆବେଦକ ସଂସ୍ଥା ଯଥା ଶିଳ୍ପ, ସରକାରୀ ସଂଗଠନ ଏବଂ ପୌର ସଂସ୍ଥା ଇଞ୍ଜିନିୟର-ଇନ୍-ଚିଫ୍, ଡବ୍ଲ୍ୟୁଆରଙ୍କ ନିକଟରେ ଆରଓଡବ୍ଲ୍ୟୁ ଅନୁମତି ପାଇଁ ଆବେଦନ କରିବେ । ବିଭାଗୀୟ ଅଧିକାରୀ ପ୍ରସ୍ତାବଟି ଯାଞ୍ଚ କରିବା ସହ କ୍ଷେତ୍ର ପରିଦର୍ଶନ କରିବେ । ରାସ୍ତାରେ DoWR ସମ୍ପତ୍ତି ସମେତ ସମସ୍ତ ଜଳଭଣ୍ଡାର କ୍ରସିଂ ଯାଞ୍ଚ କରାଯିବ । ଆଲାଇନମେଣ୍ଟ ଡିଓଡବ୍ଲ୍ୟୁଆର୍ ଜମିର ଶେଷ ଭାଗରେ ହେବା ଉଚିତ ଏବଂ ଭବିଷ୍ୟତରେ ବନ୍ଧ ସେକ୍ସନର ପ୍ରଶସ୍ତୀକରଣ/ପରିବର୍ତ୍ତନ ଇତ୍ୟାଦିର ଯତ୍ନ ନେବେ । ଉପରୋକ୍ତ ଅନୁମତି ପାଇଁ ସମୟସୀମା ୪୫ ଦିନ ରହିଛି । restrictions on laying pipelinesswadhikarswadhikar news Share