ପରଦାକୁ ଆସିବାକୁ ଯାଉଛି ହରର ଫିଲ୍ମ ଦର୍ପଣ By Swadhikar News Last updated Sep 13, 2025 ବୋଉ ବୁଟୁ ଭୂତ ପରେ ପରଦାକୁ ଆସିବାକୁ ଯାଉଛି ହରର ଫିଲ୍ମ ଦର୍ପଣ । ଭୂତ ଆଉ ପ୍ରେତାତ୍ମା କାହାଣୀକୁ ନେଇ ଫିଲ୍ମ ଟି ପର୍ଯ୍ୟବେଶୀତ । ବର୍ତ୍ତମାନ ସମୟରେ ଏହି ଭଳି ମୁଭି ବହୁତ ଲୋକପ୍ରିୟତା ସାଉଣ୍ଟୁଛି । ଆକ୍ସନ ଏବଂ ରୋମାଣ୍ଟିକ ସିନେମା ଭଳି ହରର ସିନେମାରେ ମଧ୍ୟ ହଲ ଖଚା ଖଚ ଭିଡ ରହୁଛି । ତେଣୁ ଦର୍ପଣ ଫିଲ୍ମ ମଧ୍ୟ ସୁପର ହିଟ ହେବ ବୋଲି ଆଶା ରଖିଛନ୍ତି ଦର୍ପଣ ଟିମ । ଓଡ଼ିଶା ଏବଂ ଓଡ଼ିଶା ବାହାରେ ବିଭିନ୍ନ ସ୍ଥାନରେ ସିନେମାର ସୁଟିଂ କରାଯାଇଛି । ଫିଲ୍ମରେ ଆକର୍ଷଣୀୟ ରୋମାଣ୍ଟିକ ଗୀତ ମଧ୍ୟ ରହିଛି । ଯାହାକୁ ଗାଇଛନ୍ତି ଅସୀମା ପଣ୍ଡା, ହ୍ୟୁମାନ୍ ସାଗର , ଅନ୍ତରା ଚକ୍ରବର୍ତ୍ତୀ । ବହୁତ୍ ଜଲଦି ଏଇ ବର୍ଷ ରିଲିଜ୍ ହେବାକୁ ଯାଉଛି ବଡ଼ ପରଦାରେ |ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ଵ ରେ ଅଛନ୍ତି ପ୍ରଡ୍ୟୁସର୍ ଦିଲ୍ଲୀପ କୁମାର ସାହୁ ଓ ନିର୍ଦ୍ଦେଶନା ଦେଇଛନ୍ତି ଭାରତ ପୁଷ୍ପରାଗ । ପରଦାରେ ପ୍ରଥମଥର ହିରୋ ହିସାବରେ ନଜର ଆସିବାକୁ ଯାଉଛନ୍ତି ନାୟକ ଭାରତ ପୁଷ୍ପରାଗ । ସେହିଭଳି ତୃପ୍ତି ମିରମ୍ବିକା ଏବଂ ହିରନମୟୀ ହିରୋଇନ ଭୂମିକାରେ ଅଭିନୟ କରିଛନ୍ତି । Horror film Mirror is coming to the screenswadhikarswadhikar news Share