ଝାଡ଼ଖଣ୍ଡରେ ଏନ୍କାଉଣ୍ଟର: ମୁଖଦେବ ଯାଦବ ନିହତ, ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର By Swadhikar News Last updated Sep 15, 2025 ଝାଡ଼ଖଣ୍ଡ ପୁଲିସକୁ ପୁଣି ବଡ଼ ସଫଳତା ମିଳିଛି। ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା କୁଖ୍ୟାତ ନକ୍ସଲନେତା ମୁଖଦେବ ଯାଦବ ଓରଫ୍ ତୁଫାନର ମୁଣ୍ଡ ଗଡ଼ିଛି। ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ଟିଏସ୍ପିସି (ତୃତୀୟ ସମ୍ମିଳନୀ ଉପସ୍ଥାପନା କମିଟି) ମଧ୍ୟରେ ହୋଇଥିବା ସଂଘର୍ଷରେ ଯାଦବ ନିହତ ହୋଇଛି। ସେଠାରୁ ପୁଲିସ ଗୋଟିଏ ଇନ୍ସାସ୍ ରାଇଫଲ ଜବତ କରିଛି। ନକ୍ସଲଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଏସ୍ପି ରେଶମା ରାମେଶନ, ଅତିରିକ୍ତ ଏସ୍ପି ରାକେଶ କୁମାର ସିଂହ ଓ ହୁସେନାବାଦ ଏସ୍ଡିପିଓ ଆଇପିଏସ୍ ମହମ୍ମଦ ୟାକୁବଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ସୁରକ୍ଷାବାହିନୀ ତାରହାସି ଓ ମାନାଟୁ ଥାନା ଅଞ୍ଚଳର ସୀମାନ୍ତ ଜଙ୍ଗଲରେ ନକ୍ସଲମାନଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ। ଏହାପରେ ଉଭୟପକ୍ଷରୁ ଗୁଳିଚାଳନା ହୋଇଥିଲା। ଏହି ସଂଘର୍ଷରେ ଟିଏସ୍ପିସିର ନେତା ମୁଖଦେବ ଯାଦବର ମୃତ୍ୟୁ ହୋଇଥିବାବେଳେ ତା’ ସାଥୀମାନେ ଛତ୍ରଭଙ୍ଗ ଦେଇଥିଲେ। ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରିରହିଛି। ଏହି ଅବସରରେ ସୁରକ୍ଷାବାହିନୀ ଗୋଟିଏ ନକ୍ସଲ କ୍ୟାମ୍ପ ଧ୍ବଂସ କରିଥିବାବେଳେ ସେଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି। ଉଲ୍ଲେଖଯୋଗ୍ୟ ଯେ, ଚାଇଁବସା ଜିଲ୍ଲାର ଗୋଇଲକେରା ଥାନା ଅଞ୍ଚଳରେ ଦୁଇସପ୍ତାହ ତଳେ ଏକ ଏନ୍କାଉଣ୍ଟରରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଥିବା ସିପିଆଇ ମାଓବାଦୀ ଜୋନାଲ କମାଣ୍ଡର ଅମିତ ହାଁସଦା ଓରଫ ଉପ୍ତାନ ନିହତ ହୋଇଥିଲା। swadhikarswadhikar news Share