Odia News Portal

ୱାକଫ ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ପୁରା ଆଇନ ଉପରେ ରୋକ ଲଗାଇବାକୁ ମନା କଲେ କୋର୍ଟ

ୱାକଫ ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୂରା ଆଇନ ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ । ଆଇନ ବଳବତ୍ତର ରହିବ । ତେବେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରାବଧାନ ଉପରେ କଟକଣା ଲଗାଇଛନ୍ତି କୋର୍ଟ । ସର୍ବୋଚ୍ଚ ଅଦାଲତ ଆଇନର ୨ଟି ଧାରା ଉପରେ ସ୍ଥଗିତ ରଖିଛନ୍ତି । ୫ ବର୍ଷର ଆବଶ୍ୟକତାର ବ୍ୟବସ୍ଥାକୁ ନିଷିଦ୍ଧ କରିଛନ୍ତି । ଧାରା ୩୭୪କୁ ନିଷିଦ୍ଧ କରାଯାଇଛି । ରାଜସ୍ୱ ରେକର୍ଡ ସହିତ ଜଡିତ ଧାରା ନିଷିଦ୍ଧ କରାଯାଇଛି ।

ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମସିହଙ୍କ ଦୁଇ ଜଣିଆ ଖଣ୍ଡପୀଠ ଅନ୍ତରୀଣ ଆଦେଶ ଦେଇଛନ୍ତି । ଏହି ମାମଲାରେ ସମଗ୍ର ଆଇନକୁ ସ୍ଥଗିତ ରଖିବାକୁ କୌଣସି ଯୁକ୍ତି ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି । ଟ୍ରିବୁନାଲ ବିଚାରାଧୀନ ଥିବା ବିବାଦର ସମାଧାନ କରିପାରିବେନି ଜିଲ୍ଲାପାଳ । କେବଳ ଟ୍ରିବ୍ୟୁନାଲ ନିଷ୍ପତ୍ତି ନେବେ । ବିବାଦୀୟ ନଥିବା ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ ରହିବାକୁ ଅନୁମତି ଦେଇଛନ୍ତି ଖଣ୍ଡପୀଠ ।

କାର୍ଯ୍ୟନିର୍ବାହୀ କୌଣସି ବ୍ୟକ୍ତିଙ୍କ ଅଧିକାର ନିର୍ଣ୍ଣୟ କରିପାରିବେ ନାହିଁ । ଯେପର୍ଯ୍ୟନ୍ତ ନିଯୁକ୍ତ ଅଧିକାରୀଙ୍କ ତଦନ୍ତ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ଏବଂ ଯେପର୍ଯ୍ୟନ୍ତ ୱାକଫ ଟ୍ରିବ୍ୟୁନାଲ ଓ ହାଇକୋର୍ଟ ଦ୍ୱାରା ୱାକଫ ସମ୍ପତ୍ତିର ମାଲିକାନା ଉପରେ ନିଷ୍ପତ୍ତି ନିଆଯାଇନାହିଁ, ସେ ପର୍ଯ୍ୟନ୍ତ ୱାକଫକୁ ଏହାର ସମ୍ପତ୍ତିରୁ ବେଦଖଲ କରାଯାଇପାରିବ ନାହିଁ ।

ତେବେ ୱାକଫ ହେଉଛି, ସେହି ସମ୍ପତ୍ତି ଯାହା ଇସଲାମିକ ଆଇନ ଅନୁଯାୟୀ ଧାର୍ମିକ କିମ୍ବା ଦାନ ଉଦ୍ଦେଶ୍ୟରେ ଦିଆଯାଏ । ଥରେ କୌଣସି ସମ୍ପତ୍ତି ୱାକଫ ହୋଇଗଲେ, ଏହାକୁ ବିକ୍ରି କରାଯାଇପାରିବ ନାହିଁ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ।