ଖାଇବା ପରେ କାହିଁକି ଖାନ୍ତି ପାନମଧୁରୀ ? ପାନମଧୁରୀର ଉପାଦେୟତା By Swadhikar News Last updated Sep 25, 2025 ଆପଣ ପ୍ରାୟେ ସବୁ ବାହାଘର ଭୋଜିରେ କିମ୍ବା ହୋଟେଲରେ ଖାଇବା ପରେ ପାଖରେ ପାନମଧୁରୀ ରଖାଯାଇଥିବା ଦେଖିଥିବେ । ଯାହାକୁ ଆପଣମାନେ ଖାଇ ସାରିବାପରେ ହିଁ ଖାଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଖାଇବା ପରେ କାହିଁକି ପାନମଧୁରୀକୁ ଖିଆଯାଇଥାଏ ? କହିବାକୁ ଗଲେ ସବୁଥର ଖାଇବା ପରେ ପାନମଧୁରୀ ଏଇଥି ପାଇଁ ଖିଆଯାଇଥାଏ କି ଏହା ଖାଇବା ଦ୍ବାରା ପାଚନ ଶକ୍ତି ବଢିଥାଏ, ଯାହାଦ୍ବାରା ଖାଦ୍ୟ ଶିଘ୍ର ହଜମ ହୋଇଥାଏ । ତେବେ ଏହି ପାନମଧୁରୀରେ ଯଦି ଚିନି କିମ୍ବା ମିଶ୍ରି ମିଶିଥାଏ ତେବେ ଆହୁରି ଅଧିକ ଲାଭଦାୟକ ହୋଇଥାଏ । ତେବେ କାହିଁକି ଖାଇବା ପରେ ପାନମଧୁରୀକୁ ଖିଆଯାଇଥାଏ ତାହା ତ ଆପଣମାନେ ଜାଣିଲେ, କିନ୍ତୁ ଏହାଛଡା ମଧ୍ୟ ଏହାର ଆହୁରି ଲାଭଦାୟକ ଗୁଣ ରହିଛି । ତେବେ ଚାଲନ୍ତୁ ଜାଣିବେ କଣ ସବୁ ଲାଭ ହୋଇଥାଏ ଏହି ପାନମଧୁରୀ ଖାଇବା ଦ୍ବାରା । ପାନମଧୁରୀ ଗଳାକୁ ସଫା ରଖିଥାଏ ଏଥିପାଇଁ ଯେବେ ବଡ ବଡ ଗାୟକ ଗୀତ ଗାଇଥାନ୍ତି ସେତେବେଳେ ପ୍ରାୟ ସେମାନେ ପାନମଧୁରୀ ଖାଇଥାନ୍ତି । ଏହାଛଡା ଏହି ପାନମଧୁରୀ ଖାଇବା ଦ୍ବାରା ମଧ୍ୟ ଆହୁରି ଅନେକ ଫାଇଦା ମିଳିଥାଏ । ୧. ବାଦାମ, ପାନମଧୁରୀ ଏବଂ ମିଶ୍ରିକୁ ଏକତ୍ରୀତ ମିଶାଇ ଏହାକୁ ଗ୍ରାଇଣ୍ହିଙ୍ଗ କରନ୍ତୁ। ଏହାପରେ ଆପଣ ନିୟମିତ ଭାବରେ ସବୁ ରାତି ଏବଂ ଦିନରେ ଖାଇବା ପରେ ଖାଆନ୍ତୁ । ଏହିପରି କରିବା ଦ୍ବାରା ଆପଣଙ୍କ ପାଚନ ଶକ୍ତି ଭଲ ହେବାସହ ସ୍ମରଣ ଶକ୍ତି ମଧ୍ୟ ପ୍ରଖର ରହିବ । ୨. ଯଦି କୌଣସି ମହିଳା ମାନଙ୍କର ଅନିୟମିତତା ଭାବେ ମାସିକ ଋତୁସ୍ରାବ କିମ୍ବା ପେଟରେ କୌଣସି ପିଡା ଅନୁଭୂତ ହେଉଥିବ ତେବେ ସେହି ମହିଳାମାନେ ନିୟମିତ ଭାବେ ଏହି ପାନମଧୁରୀ ଖାଆନ୍ତୁ । ଏହାର ପରିମାଣ ଆପଣ ଦୁଇମାସ ମଧ୍ୟରେ ହିଁ ଜାଣିପାରିବେ । ୩. ପ୍ରତିଦିନ ପାନମଧୁରୀ ଖାଇବା ଦ୍ବାରା ଆପଣଙ୍କ ଆଖିରେ ଦେଖିବା ଶକ୍ତି ଠିକ୍ ରହିଥାଏ । ଯଦି ଆପଣ ଚାହିଁବେ ତେବେ ଏହାସହ ମିଶ୍ରି ମଧ୍ୟ ମିଶେଇକି ଖାଇପାରିବେ । ୪. ଯଦି କାହା ପାଟିରୁ କୌଣସି ପ୍ରକାରର ଦୁର୍ଗନ୍ଧ ବାହାରୁଛି ତେବେ ସେମାନେ ନିୟମିତ ଭାବେ ପାନମଧୁରୀ କୁ ତିନି ରୁ ଚାରି ଥର ପ୍ରତିଦିନ ଅଧଚାମଚ ଲେଖାଏଁ ନିହାତି ଖାଇବା ଦରକାର । ଏପରି କରିବା ଦ୍ବାରା ମୁହଁରୁ ଦୁର୍ଗନ୍ଧ ଆସିବା ବନ୍ଦ ହେବା ସହ ନିଶ୍ବାସରୁ ଆସୁଥିବା ଦୁର୍ଗନ୍ଧ ମଧ୍ୟ ବନ୍ଦ ହୋଇଥାଏ । ୫.ପ୍ରତିଦିନ ଯଦି ଆପଣ ସକାଳେ ଖାଲିପେଟରେ ପାନମଧୁରୀ ଖାଇବେ, ତେବେ ରକ୍ତ ପରିଷ୍କାର ହେବା ସହ ଚେହେରା ରେ ଚମକ ଆସିଥାଏ । ୬.ପାନମଧୁରୀ ରେ କାଲସିୟମ ,ପୋଟାସିୟମ ଛଡା ଆଇରନ୍ ଆଉ ସୋଡିୟମ ଭଳି ଔଷଧୀୟ ଗୁଣ ମିଳିଛି । ଯାହାକୁ ପ୍ରତିଦିନ ଖାଇବା ଦ୍ବାରା ଆପଣଙ୍କ ଶରୀରରେ ଥିବା ସମସ୍ତ ଅଭାବକୁ ଏହା ଦୂର କରିଥାଏ । ୭. ପ୍ରତିଦିନ ପାନମଧୁରୀ ଖାଇବା ଦ୍ବାରା କାଶ, ମୁଖ କୁଞ୍ଚନ ଏବଂ ଲୁଜ୍ ମୋସନ୍ ଭଳି ରୋଗରୁ ମୁକ୍ତି ମିଳିଥାଏ । ୮. ଯଦି ଆପଣଙ୍କ କଣ୍ଠ ଅଳ୍ପ ବହୁତ ଭଲ ଅଛି, ଏବଂ ଆପଣ ଯଦି ପ୍ରତିଦିନ ରିୟାଜ୍ କରୁଛନ୍ତି ତେବେ ଆପଣ ପ୍ରତିଦିନ ପାନମଧୁରୀକୁ ଗୁଣ୍ଡ କରି ଗରମ ପାଣିରେ ଖାଇବା ଦ୍ବାରା କଣ୍ଠ ଆହୁରି ମଧୁର ହୋଇଯିବ । ୯. ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଶରୀରରେ କୋଲଷ୍ଟୋଲ ନବଢୁ ତେବେ ଆପଣ ୩୦ ମିନିଟ୍ କୁ ଥରେ ଗୋଟେ ଚାମଚ ଲେଖାଏଁ ପାନମଧୁରୀ ଖାଆନ୍ତୁ । ଏହା ଆପଣଙ୍କ ବଢିଥିବା କୋଲଷ୍ଟୋଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ୧୦. ଯଦି ଆପଣ କାଶ ଯନିତ ରୋଗରେ ପିଡିତ ଅଛନ୍ତି, ତେବେ ଆପଣ ଗୋଟେ ଚାମଚ ପାନମଧୁରୀ ଦୁଇ କପ୍ ଗରମ ପାଣିରେ ମିଶାଇକି ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ ଦିନରେ ଦୁଇ ରୁ ତିନି ଥର ଏହି ମଶ୍ରଣକୁ ପିଅନ୍ତୁ । ଦେଖିବେ କିଭଳି କାଶ ଆପଣଙ୍କ ପାଖ ଛାଡି ପଳାଇବ । Fennelswadhikarswadhikar news Share