ସାଉଥ ସୁପରଷ୍ଟାର ବିଜୟଙ୍କ ରାଲିରେ ଦଳାଚକଟା ଘଟଣା, ସିବିଆଇ ତଦନ୍ତ ଦାବି By Swadhikar News Last updated Sep 29, 2025 ସାଉଥ ସୁପରଷ୍ଟାର ବିଜୟଙ୍କ ରାଲିରେ ଦଳାଚକଟା ଘଟଣାରେ ଜୋର ଧରିଲା ସିବିଆଇ ତଦନ୍ତ ଦାବି । ଟିଭିକେର ଅଭିଯୋଗ କରିଛି, କରୁରରେ ଦଳାଚକଟା ଏକ ଦୁର୍ଘଟଣା ନଥିଲା । ଏହା ଏକ ଅପରାଧ ମୂଳକ ଷଡ଼ଯନ୍ତ୍ର ଥିଲା । ଡିଏମକେ ସରକାରଙ୍କ ଦ୍ୱାରା ଏହି ଷଡ଼ଯନ୍ତ୍ର ହୋଇଥିଲା । ଜାଣିଶୁଣି ବିଦ୍ୟୁତ କାଟ, ଲାଠିଚାର୍ଜ ଏବଂ ରାଲିକୁ ବାଧା ଦେବା ପାଇଁ ପଥର ମାଡ଼ ହୋଇଥିଲା । ଗତକାଲି ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚରେ ପିଟିସନ ଦାଖଲ କରିଛି ବିଜୟଙ୍କ ରାଜନୈତିକ ଦଳ ଟିଭିକେ । ଘଟଣାର ସିବିଆଇ ତଦନ୍ତ କିମ୍ବା ଏସଆଇଟି ତଦନ୍ତ କରିବାକୁ ଦାବି କରିଛି । ଏହି ମାମଲାର ଆଜି ଶୁଣାଣି ହେବ । ଟିଭିକେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିକଟରେ ମଧ୍ୟ ଅଭିଯୋଗ ଦାଖଲ କରିଛି । ଏହାରି ମଧ୍ୟରେ ପାର୍ଟିର ସଂଯୋଜକ ଗଣମାଧ୍ୟମକୁ କହିଛନ୍ତି ଯେ, ଏହା କୌଣସି ଦୁର୍ଘଟଣା ନୁହେଁ, ଏହା ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା । ଘଟଣାକୁ ନେଇ ରାଜନୀତି ଜୋର ଧରିଲାଣି । ବିଜେପି ମଧ୍ୟ ଏହାର ସିବିଆଇ ତଦନ୍ତ ଦାବି କରିଛି । ତାମିଲନାଡ଼ୁ ରାଜ୍ୟ ବିଜେପି ସଭାପତି ଆନ୍ନାମଲାଇ କହିଛନ୍ତି, ଏହି ଘଟଣା ପୋଲିସ ଗୁଇନ୍ଦା ବିଭାଗର ବିଫଳତା । ଏହା ବିଜୟଙ୍କ ଦୋଷ ନୁହେଁ । ଏହାକୁ ମଧ୍ୟ ନକଲି ହତ୍ୟା କରିଛି ବିଜେପି । ଏଆଇଏଡିଏମକେର କେ. ପଲାନିସ୍ୱାମୀ ସିବିଆଇ କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ଷଡ଼ଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରିଛି ଡିଏମକେ । ଅନ୍ୟପଟେ ଟିଭିକେ ନେତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । କରୁର ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । ମୃତକଙ୍କ ଭିତରେ ୧୭ ଜଣ ମହିଳା ଓ ୯ ଜଣ ଶିଶୁ ଅଛନ୍ତି । ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । swadhikarswadhikar news Share