Odia News Portal

ମହିଳା ବିଶ୍ବ ଚାମ୍ପିଅନ ଟିମର ପ୍ରତି ଖେଳାଳିଙ୍କୁ ମିଳିବ ୨୫ ଲକ୍ଷର କାର୍, ଟାଟା କମ୍ପାନୀ ଦେଲା ଉପହାର

ଭାରତୀୟ ମହିଳା କ୍ରିକେଟ ଟିମ୍ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ କ୍ରିକେଟର ଚାମ୍ପିଅନ ମୁକୁଟ ପିନ୍ଧିଛି । ଏହା ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ସାଉଥ ଆଫ୍ରିକାକୁ ହରାଇ ମହିଳା ଟିମ୍ ଦିନିକିଆ ବିଶ୍ବକପ ନିଜ ନାମରେ କରିଛି । ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟକୁ ସେଲିବ୍ରେସନ କରିବା ପାଇଁ ଦେଶର ପ୍ରମୁଖ ଗାଡ଼ି ନିର୍ମାତା ଟାଟା ମୋଟର୍ସ ଟିମକୁ ସ୍ପେଶାଲ ଉପହାର ଦେବାକୁ ଘୋଷଣା କରିଛି । ଟାଟା ମୋଟର୍ସ ପକ୍ଷରୁ ପକ୍ଷରୁ ପ୍ରତି ଖେଳାଳିଙ୍କୁ ୨୫ ଲକ୍ଷ ଟଙ୍କାର କାର୍ ଦେବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ମହିଳା କ୍ରିକେଟ ଦଳକୁ ଟାଟା ସିଏରାର ପ୍ରଥମ ପିଢ଼ି ଉପହାର ଦିଆଯିବ ।ମହିଳା ବିଜେତା ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ନୂଆ କରି ଲଞ୍ଚ ହେବାକୁ ଥିବା ଟାଟା ସିଏରାର କାର୍ ଉପହାର ଦେବ କମ୍ପାନୀ । ଟାଟା ମୋଟର୍ସ ଟିମ୍ ଇଣ୍ଡିଆର ପ୍ରତି ଖେଳାଳି ଏବଂ ସପୋର୍ଟ ଷ୍ଟାଫକୁ ନୂଆ ଟାଟା ସିଏରା ଏସୟୁଭି କାର ଉପହାର ଦେବ ।ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଲିମିଟେଡର ଏମଡି ଏବଂ ସିଇଓ କହିଛନ୍ତି, “ଭାରତୀୟ ମହିଳା କ୍ରିକେଟ୍ ଦଳ ସେମାନଙ୍କର ଅସାଧାରଣ ପ୍ରଦର୍ଶନ ଏବଂ ଚମତ୍କାର ବିଜୟ ସହିତ ସମଗ୍ର ଦେଶକୁ ଗର୍ବିତ କରିଛି । ଏହି କାର୍ ୨୫ ନଭେମ୍ବରରେ ଲଞ୍ଚ ହେବ ।