Odia News Portal

ବୋଉ ବୁଟ୍ଟୁ ଭୂତ ପରେ ଆଉ ଏକ ଓଡ଼ିଆ ହରର୍ ଥ୍ରିଲର୍ ଭୂତ ସିନେମା ବଡ ପରଦାକୁ ଆସିବାକୁ ଯାଉଛି  “ଦର୍ପଣ”

ଦର୍ପଣ ସୋନ୍ଦର୍ଯ୍ୟ କୁ ଦେଖିବା ପାଇଁ ଯେମିତି ନିତିଦିନ ଦରକାର୍ ପଡେ…ଠିକ୍ ସେମିତି ସୌନ୍ଦର୍ଯ୍ୟକୁ ଖରାପ କରିବା ପାଇଁ ଭୟଙ୍କର ରୂପ ନେଇ ତାଣ୍ଡବ କରିଥାଏ ଦୁନିଆରେ…ଏମିତି କିଛି ରହସ୍ୟମୟି  କାହାଣୀ କୁ ନେଇ ବଡ଼ ପରଦାକୁ ଆଣୁ ଛନ୍ତି ଦର୍ପଣ ସିନେମାର  ନିର୍ଦ୍ଦେଶକ ଭାରତ ପୁଷ୍ପରାଗ। ଭାରତ ଆଗରୁ ଓଡ଼ିଆ ଇଣ୍ଡଷ୍ଟ୍ରିରେ ବହୁତ୍ ସାରା ମ୍ୟୁଜିକ୍ ଭିଡିଓ ରେ ନିଜେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ଏବଂ ପ୍ରଥମ ଥର ସାୟନ୍ ପ୍ରଡକ୍ସନ ହାଉସ୍ ବ୍ୟାନର୍ ରେ ନିର୍ମାଣ ହୋଇଛି ପ୍ରଥମ ଓଡ଼ିଆ ହରର୍ ସିନେମା “ଦର୍ପଣ” ଯାହା ବଡ଼ ପରଦାରେ ସିନେମା ହଲକୁ ଆସିବାକୁ ଯାଉଛି  ଓ  ଏହି ସିନେମା ଏକ ଭିନ୍ନ ଧରଣର ଭୟାନକ୍ କାହାଣୀ କୁ ନେଇ ଆଧାରିତ ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ଵ ରେ ଅଛନ୍ତି ପ୍ରଡ୍ୟୁସର୍ ଦିଲ୍ଲୀପ କୁମାର ସାହୁ ଓ ନିର୍ଦ୍ଦେଶନା ଦେଇଛନ୍ତି ଭାରତ ପୁଷ୍ପରାଗ ଓ ଟେକ୍ନିକାଲ ସପୋର୍ଟ ଡାଇରେକ୍ଟର  ଆନନ୍ଦ କୁମାର ଅଛନ୍ତି।  ଏହି ସିନେମାରେ ଆପଣ ଦୁଇ ନାୟକ ଓ ଦୁଇ ନୟିକାଙ୍କୁ ଦେଖିବାକୁ ପାଇବେ ଅଙ୍କିତ କୁମାର୍ ଓ ଭାରତ । ଅଙ୍କିତଙ୍କ ବିପକ୍ଷ ରେ ଅଛନ୍ତି ସୁନ୍ଦରୀ ତୃପ୍ତି ମିରମ୍ବିକା ଓ ଭାରତ ଙ୍କ ବିପକ୍ଷରେ ଅଛନ୍ତି ସୁନ୍ଦରୀ ନାୟିକା ହିରନମୟୀ । ଆଗରୁ ତୃପ୍ତି ଓ ଅଙ୍କିତ ବହୁତ୍ ସିନେମା ରେ ଅଭିନୟ କରିସାରିଛନ୍ତି। ଭାରତ ଓ ହିରନମୟୀ ମଧ୍ୟ ଆଗରୁ ମ୍ୟୁଜିକ  ଭିଡିଓ ରେ ଅଭିନୟ କରିଛନ୍ତି । ଏହି ଦର୍ପଣ ସିନେମା ମାଧ୍ୟମରେ ଅଙ୍କିତ୍ ଓ ତୃପ୍ତି ମିରମ୍ବିକା ଙ୍କୁ  ଦେଖିବାକୁ ପାଇବେ ଏକ ଭିନ୍ନ ଦମଦାର ଚରିତ୍ରରେ । ଏହି ଦର୍ପଣ ସିନେମାରେ ନୂଆ ପୁରୁଣା କଳାକାର ମାନଙ୍କୁ ମଧ୍ୟ ଆପଣ ମାନେ ଦେଖିବାକୁ ପାଇବେ ଯେମିତି କି ପ୍ରଦ୍ୟୁମ୍ନ ଲେଙ୍କା, ରାନୁ ପାଢ଼ୀ, କାଳୀ ଚରଣ , ଲଲାଟ,ପ୍ରଜ୍ଞା, ଏମିତି ବହୁତ୍ କଳା କାରଙ୍କୁ । ଏହି ଦର୍ପଣ ଚଳଚ୍ଚିତ୍ର ଓଡ଼ିଶା ଏବଂ ଓଡ଼ିଶା ବାହାରେ ମଧ୍ୟ୍ୟ ବିଭିନ୍ନ ସ୍ଥାନରେ ସୁଟିଂ ହେଇଛି ଯେମିତିକି ବଲାଙ୍ଗୀର୍, ଖୋର୍ଦ୍ଧା, ଭୁବନେଶ୍ୱର, ନରଣଗଡ, ନେପାଳ, ମିରିକ୍, ଦାର୍ଜିଲିଂ ଇତ୍ୟାଦି ।ଏହି ଦର୍ପଣ ଚଳଚ୍ଚିତ୍ରକୁ  ସଙ୍ଗୀତ ରେ ସଜେଇଛନ୍ତି କ୍ଷାତନାମା ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଓ ଟୁନୁ ପଟ୍ଟନାୟକ । ଏହି ସିନେମା ସଙ୍ଗୀତରେ କଣ୍ଠଦାନ କରିଛନ୍ତି  କଣ୍ଠ ଶିଳ୍ପୀ ଅସୀମା ପଣ୍ଡା, ହ୍ୟୁମାନ୍ ସାଗର , ଅନ୍ତରା ଚକ୍ରବର୍ତ୍ତୀ, ଅନନ୍ୟା ଶ୍ରୀତମ ନନ୍ଦ ଓ ନାଭ୍ୟା । ଏହି ସିନେମା ରେ ସଂଳାପ ଲେଖିଛନ୍ତି ଜମେଶ ଶୁକ୍ଳା ଓ ନୃତ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ସୁଧାକର ବସନ୍ତ | ନିର୍ଦ୍ଦେଶକ ତଥା ନାୟକ ଭାରତ ପୁଷ୍ପରାଗଙ୍କ ଆଶା ଅଛି ଏହି ଦର୍ପଣ ଚଳଚ୍ଚିତ୍ର ଟି ସବୁ ବର୍ଗର ଲୋକଙ୍କ ମନକୁ ଛୁଇଁବ ଓ କିଛି ଭିନ୍ନ ଦେଖିବାକୁ ପାଇବେ ଅଡିଏନ୍ସ |