ଖୁବ ଶୀଘ୍ର ଦେବ୍ରିଗଡ଼ରେ ହେବ ବାଇସନ ଜାତୀୟ ଉଦ୍ୟାନ । ଏନେଇ ବିଚାର ବିମର୍ଷ ଚାଲିଥିବା କହିଲେ, ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଯାଇଥିବା ବେଳେ ଶିମିଳିପାଳରେ ମଧ୍ୟ କଳା ବାଘ ସଫାରୀ ପାଇଁ ଚାଲିଛି ପ୍ରସ୍ତୁତି ।ଖୁବ ଶୀଘ୍ର ଦେବ୍ରିଗଡ଼ରେ ହେବ ବାଇସନ ଜାତୀୟ ଉଦ୍ୟାନ । ଏହାସହିତ ଦେବ୍ରିଗଡ଼କୁ ମଧ୍ୟ ଜାତୀୟ ଉଦ୍ୟାନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା କହିଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ଏନେଇ ଓଡ଼ିଶାର ବରିଷ୍ଠ ପ୍ରାଣୀ ବୈଜ୍ଞାନିକମାନେ ଓ ବିଭାଗର ଅଧିକାରୀମାନେ ସର୍ଭେ କରୁଛନ୍ତି । ଯାହା ଭାରତର ଏକ ବଡ ବାଇସନ ଜାତୀୟ ଉଦ୍ୟାନ ସୃଷ୍ଟି କରିବା ଲକ୍ଷ ରହିଛି ବୋଲି କହିଛନ୍ତି, ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ,”କଳା ବାଘ ସଫାରୀକୁ ନେଇ କେନ୍ଦ୍ର ଗ୍ରୀନ୍ ସିଗନାଲ ଦେଇସାରିଛି । ଏପଟେ ବିଭିନ୍ନ ପ୍ରକାରର ପଏଣ୍ଟ ଉପରେ ଆଲୋଚନା ଚାଲିଛି । ବିଶେଷ କରି 17ଟି ପଏଣ୍ଟ ଅନୁସାରେ ଆମକୁ କାମ କରିବାକୁ ପଡ଼ିବ । ତେବେ ଏହା ପରେ ଆମର ସୋଭାଗ୍ୟ ଆମେ ମୟୂରଭଞ୍ଜରେ ଏକ ବିରଳ କଳା ବାଘ ସଫାରୀ କରିପାରିବୁ,” ବୋଲି କହିଛନ୍ତି ।ଦେବ୍ରିଗଡ଼ରେ ବିଶେଷ କରି ଚୌଶିଂଗା ହରିଣ, ଭାରତୀୟ ଗୟଳ, ସମ୍ବର, କଲରାପତରିଆ ବାଘ, ନୀଳ ଗାଈ ଭଳି ଅନେକ ପ୍ରଜାତିର ପଶୁ ଏଠାରେ ଦେଖାଯାଆନ୍ତି । ଏହା ସହିତ ଓଡ଼ିଶାର ବନ ନିଗମ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏହି ଅଭୟରାଣ୍ୟ ମଧ୍ୟରେ ବିଭିନ୍ନ ପ୍ରକାରର ଆବାସ ସ୍ଥଳୀ ସ୍ଥାପନା କରାଯାଇଅଛି । ସେଗୁଡିକ ହେଲା ଜଙ୍ଗଲ ବିଶ୍ରାମ ଗୃହ -ଦେଚୁଆଁ, ଜଂଗଲ ବିଶ୍ରାମ କୁଟୀର- ଧୋଡ୍ରୋକୁସୁମ, ପରିବେଶ ପର୍ଯ୍ୟଟନ କୁଟୀର ତଥା ହଷ୍ଟେଲ – ବାରଖଣ୍ଡିଆ । ଏହି ବାରଖଣ୍ଡିଆରେ ଥିବା ଆବାସ ସ୍ଥଳୀରେ ଭୋଜନ ଯୋଗାଇ ଦିଆଯାଇଥାଏ। ଅନ୍ୟ ସ୍ଥାନ ଗୁଡିକରେ ପର୍ଯ୍ୟଟକମାନଙ୍କୁ ନିଜେ ରୋଷେଇ କରିବା ସୁବିଧା ମାନ ରହିଅଛି ।
Sign in
Sign in
Recover your password.
A password will be e-mailed to you.
