ଆଜି ସକାଳେ ମଣିପୁରରେ ୫.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ମଣିପୁର ସହିତ, ନାଗାଲାଣ୍ଡ, ଆସାମ ଏବଂ ମେଘାଳୟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭୂମିକମ୍ପର ଗଭୀରତା ୬୨ କିଲୋମିଟର ଥିଲା । ଏହି ଭୂମିକମ୍ପ ଯୋଗୁଁ କୌଣସି ବଡ଼ ଜୀବନ କିମ୍ବା ସମ୍ପତ୍ତି କ୍ଷତି ହେବାର ତୁରନ୍ତ କୌଣସି ଖବର ନାହିଁ ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ମଙ୍ଗଳବାର ପ୍ରତ୍ୟୁଷରେ ମଣିପୁରରେ ୩.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପ ୨୧ ଏପ୍ରିଲରେ ଭାରତୀୟ ସମୟ ସକାଳ ୫:୫୯:୩୩ ରେ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ କାମଜୋଙ୍ଗରେ ଅବସ୍ଥିତ ଥିଲା । ପ୍ରତ୍ୟୁଷରେ ଭୂମିକମ୍ପରେ ଭୟଭୀତ ହୋଇ ଲୋକମାନେ ଘରୁ ବାହାରକୁ ଦୌଡ଼ିବାକୁ ଲାଗିଲେ।
ସେହିପରି ଗତକାଲି ମଧ୍ୟ, ଉତ୍ତର ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୭.୪ ଥିବା ରେକର୍ଡ କରାଯାଇଥିଲା । ଭୂକମ୍ପ ପରେ ତଟବର୍ତ୍ତୀ ଅଞ୍ଚଳ ପାଇଁ ତୁରନ୍ତ ସୁନାମି ଚେତାବନୀ ଜାରି କରାଯାଇଥିଲା । ୩ ମିଟର ଉଚ୍ଚ ଢେଉ ଇୱାଟେ ପ୍ରଦେଶ ଏବଂ ହୋକାଇଡୋର କିଛି ଅଂଶରେ ଆଘାତ କରିପାରେ ବୋଲି ଅଧିକାରୀମାନେ କହିଥିଲେ । ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହୋଇଯିବାକୁ ଅନୁରୋଧ କରାଯାଇଥିଲେ ।
