Odia News Portal

ଆଜି କେମିତି କଟିବ

ମେଷ: ଆପଣଙ୍କର ଚତୁପାର୍ଶ୍ୱକୁ ସଜାଇବେ । ପରିବାର ସମ୍ବନ୍ଧୀୟ ଆଲୋଚନା ଫଳପ୍ରଦ ରହିବ, ଏବଂ ଆପଣ ଆଲୋଚନା କରିଥିବା ଫଳାଫଳ ସବୁ ଅନୁଭବ କରିପାରିବେ । ଆଶା ହରାନ୍ତୁ ନାହିଁ ।

ବୃଷ: ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ଠାରୁ ଭଲ ଖବର ଆଶା କରିପାରନ୍ତି । ଏହା ଆପଣଙ୍କୁ ଖୁସି କରାଇବ, ଏବଂ ଭ୍ରମଣ କରିଯିବା ପାଇଁ ଆପଣ ଏକ ଯୋଜନା ପ୍ରସ୍ତୁତ କରିବେ । ଛାତ୍ରମାନେ ମନ ଯୋଗ ଦେଇ ପାଠପଢିବେ ଏବଂ ବିଦେଶରେ ଯାଇ ଇଣ୍ଟର୍ଣ୍ଣ କରିବା ସପକ୍ଷରେ ଯିବ । ଛୁଟି ସମୟରେ ଗୋଟିଏ ତୀର୍ଥସ୍ଥାନ ଦର୍ଶନ କରିପାରନ୍ତି । ଏସବୁ ସମସ୍ତ ଖୁସିରେ ଖୁସିରେ ମିଳିଯିବ ।

ମିଥୁନ: ଆଜି ସେମିତି କିଛି ଅଦ୍ଭୁତ ଓ ଅପ୍ରୀତିକର ଘଟଣା ଘଟିପାରେ । ସତର୍କତା ଅବଲମ୍ୱନ କରିବାକୁ ଉପଦେଶ ଦିଆଯାଉଛି । କଟା ଘାରେ ଲୁଣ ଛିଞ୍ଚିବା ସଦୃଶ ଏହା ଆପଣଙ୍କୁ ଶକ୍ତ ଆଘାତ ଦେଇପାରେ । ତେଣୁ ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଲାଗିରହିବ । ଏଥିରୁ ପରିତ୍ରାଣ ପାଇବାକୁ ହେଲେ ନିଜର ପସନ୍ଦ ମୁତାବକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ । ହତୋତ୍ସାହିତ ହୁଅନ୍ତୁ ନାହିଁ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ନିଜ ମନର ଶାନ୍ତିକୁ ବ୍ୟାହତ ରଖିବାକୁ ହେଲେ ଧ୍ୟାନ ଓ ଯୋଗ କରିବା ପ୍ରୟୋଜନ ଅଟେ ।

କର୍କଟ: ଦିନଟିକୁ ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ସୁଖରେ କଟାଇପାରିବେ । ମନୋରଞ୍ଜନ କାର୍ଯ୍ୟରେ ମନୋନିବେଶ କଲେ ଶାନ୍ତି ପାଇବେ | ବୃତ୍ତିଗତ ଜୀବନରେ ଅର୍ଥଲାଭ ହୋଇପାରେ | ଆପଣ ନିଜର ଅଂଶୀଦାରଙ୍କଠାରୁ ଉପକୃତ ହେବେ | ଅଳ୍ପଦିନ ପାଇଁ କୌଣସି ସ୍ଥାନକୁ ପରିଭ୍ରମଣରେ ଯାଇ ମନକୁ ଶାନ୍ତି ପ୍ରଦାନ କରିବେ । ସାମାଜିକ ଜୀବନରେ ପ୍ରତିଷ୍ଠିତ ହେବେ |

ସିଂହ: ଆଜି ଦିନଟି ଆଦୌ ଶୁଭଙ୍କର ନୁହେଁ | ବହୁ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରିବ | ନିଜକୁ ଦୃଢ ଓ ସ୍ଥିର ରଖନ୍ତୁ | ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ ମଧ୍ୟ ଭାଙ୍ଗି ପଡନ୍ତୁନି | ଅଫିସରେ ମଧ୍ୟ ଆପଣ ନିଜ କାର୍ଯ୍ୟକୁ ମନଯୋଗ ସହକାରେ ସମ୍ପୂର୍ଣ୍ଣ କରିପାରିବେନି | ସହକର୍ମୀଙ୍କ ସହଯୋଗ ମିଳିବନି | ସେମାନେ ସମାଲୋଚନା କରିପାରନ୍ତି | ତେଣୁ ଆପଣ ନିଜର ଉପରିସ୍ଥ ହାକିମଙ୍କୁ ନିଜର ନିଷ୍ଠାର ପରୀକ୍ଷା ଦେଇପାରନ୍ତି | ମୋଟାମୋଟି ଭାବେ ଆଜିର ଦିନଟି ଆପଣଙ୍କୁ ଶାନ୍ତି ଦେଇପାରିବନି |

କନ୍ୟା: ଆଜିର ଦିନଟି ବିଦ୍ୟାର୍ଥୀଙ୍କ ପାଇଁ ଏକ କଷ୍ଟପ୍ରଦ ଦିବସ ଅଟେ | ନିଜ ସନ୍ତାନଙ୍କର ଅଳି ଅର୍ଦ୍ଦଳି ଯୋଗୁଁ ଆପଣ ନିଜର କାର୍ଯ୍ୟରେ ମନୋନିବେଶ କରିପାରିବେନି | ଅର୍ଥ ବିନିଯୋଗ କରିବା ପାଇଁ ଦିନଟି ଶୁଭ ନୁହେଁ | ଆଜି କୌଣସି ସଭା ସମିତିରେ ବା କୌଣସି ଆଲୋଚନାରେ ଭାଗ ନେବାକୁ ବାରଣ କରାଯାଇଛି |

ତୁଳା: ଆଜି ଦିନଟିରେ ଶିଥିଳ ଅନୁଭବ କରିବେ | ଆପଣ ନିଜର ମାତାଙ୍କ ନିମନ୍ତେ ଚିନ୍ତିତ ରହିବେ | ସମ୍ପତ୍ତି ସମ୍ପର୍କିୟ କାଗଜପତ୍ର ପାଇଁ ସତର୍କତା ଅବଲମ୍ୱନ କରନ୍ତୁ | ଯଦି ସମ୍ଭବ ହୁଏ ଆଜି ଯାତ୍ରା କରନ୍ତୁ ନାହିଁ | ଆପଣଙ୍କର ଗୃହ ପରିବେଶ ଦୋଳାୟମାନ ସ୍ଥିତିରେ ରହିବ | ନିଜର ସମ୍ମାନହାନି ଘଟିବା ସ୍ଥାନରୁ ନିଜକୁ ଦୂରେଇରୁହନ୍ତୁ |

ବିଛା: ଆଜି ଆପଣଙ୍କ ପାଇଁ ଗୋଟିଏ ଶୁଭଦିନ ଅଟେ | ଅର୍ଥାଗମ ହୋଇପାରେ | ଭାଗ୍ୟ ଅନୁକୂଳ ଯୋଗୁଁ ପ୍ରିୟଜନଙ୍କ ଠାରୁ ସ୍ନେହ ସୌହାର୍ଦ୍ଦ୍ୟ ମିଳିପାରେ | ନୂତନ କାର୍ଯ୍ୟରେ ଶୁଭାରମ୍ଭ କରିବାର ସର୍ବୋକୃଷ୍ଟ ସମୟ ଅଟେ | ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇପାରନ୍ତି | ମାନସିକ ଶାନ୍ତି ଅବ୍ୟାହତ ରହିବ | ଶତ୍ରୁମାନେ ପରାଜୟ ବରଣ କରିପାରନ୍ତି |

ଧନୁ: ଆଜି ଦିନରେ ଆଜି ଆପଣ ଦ୍ୱନ୍ଦ୍ବପୂର୍ଣ୍ଣ ରହିବେ । ଆପଣଙ୍କ ପରିବାରର ପରିବେଶ ଅସ୍ଥିର ଅବସ୍ଥାରେ ରହିପାରେ । ନିୟମିତ କାର୍ଯ୍ୟ କରିବାରେ ଆପଣ ସଂପୂର୍ଣ୍ଣ ଭାବରେ ଅକ୍ଷମ ରହିବେ । ଆପଣ ଚିନ୍ତିତ ଅନୁଭବ କରିପାରନ୍ତି । ଆଜି କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ନେବାରୁ ବିରତି ରୁହନ୍ତୁ । ଆପଣ କେବଳ ପେଶା ଏବଂ ଘରୋଇ କାମରେ ମଜ୍ଜି ରହିବେ ।

ମକର: ପ୍ରଥମେ ଠାକୁରଙ୍କୁ ପ୍ରାର୍ଥନା କରି ଦିନଟି ଶୁଭରେ କଟିବ | ଆପଣ ଧାର୍ମିକ କାର୍ଯ୍ୟ ଆୟୋଜନ କରିବାରେ ନିଜକୁ ଲିପ୍ତ ରଖିବେ | ପାରିବାରିକ ଜୀବନ ସୁଖମୟ ହେବ | ନିଜର ବନ୍ଧୁ ଓ ପ୍ରିୟଜନଙ୍କ ଠାରୁ କିଛି ଉପହାର ପାଇପାରନ୍ତି | ବୃତ୍ତିଗତ ଜୀବନରେ ନିଜର ପ୍ରତିପତ୍ତି ବୃଦ୍ଧି ପାଇବ | ବରିଷ୍ଠ ଅଧିକାରୀମାନେ ଆପଣଙ୍କ କର୍ମରେ ସନ୍ତୋଷ ପ୍ରକାଶ କରିବେ | ସମୟ ଅନୁକୂଳ ଥିବାରୁ ଆପଣ ନିଜର କର୍ମକୁ ସଫଳତାର ସହ ସମ୍ପୂର୍ଣ୍ଣ କରିପାରିବେ | ଏବଂ ଆପଣଙ୍କୁ ମାନସିକ ଶାନ୍ତି ମିଳିବ |

କୁମ୍ଭ: ଆପଣଙ୍କର ମନ ଅଶାନ୍ତ ରହିବ | ଶାରୀରିକ ଦୁର୍ବଳତା ଲାଗିରହିବ | କୌଣସି କାରଣରୁ ପାରିବାରିକ ଅଶାନ୍ତି ବଢିପାରେ | ପାଟିତୁଣ୍ଡ ଯୋଗୁଁ ଆପଣଙ୍କର ମନ ଭାରାକ୍ରାନ୍ତ ରହିବ | ଆପଣ ନିଜକୁ ସଞ୍ଜତ କରି ରଖନ୍ତୁ ଖର୍ଚ୍ଚ କମାନ୍ତୁ | ସରକାରୀ କାଗଜ ପ୍ରତି ଯତ୍ନବାନ ହୁଅନ୍ତୁ | ଧାର ଉଧାରରୁ ଦୁରରେ ରହନ୍ତୁ | ଅନ୍ୟ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ | ନଚେତ ଅଯଥା ଅପଦସ୍ତ ହେବେ |

ମୀନ: ଅର୍ଥାଗମ ହେବାର ଶୁଭସୁଚନା ମିଳୁଛି | ପୁରସ୍କାର କିମ୍ୱା ଲଟେରୀରୁ ଅର୍ଥ ମିଳିପାରେ | ଆଜି ଆପଣଙ୍କର ସନ୍ତାନମାନଙ୍କର ସଫଳତା ପାଇଁ ସେମାନଙ୍କ ସହ ସାକ୍ଷାତ କରି ଖୁସି ହେବେ | ପୁରୁଣା ସାଙ୍ଗକୁ ଭେଟିବେ । ନୂତନ କାର୍ଯ୍ୟ ଆରମ୍ଭ କରି ଲାଭବାନ ହେବେ | କୌଣସି ସାମାଜିକ କିମ୍ୱା ବ୍ୟବସାୟିକ କାର୍ଯ୍ୟରେ ଯୋଗଦେବା ପାଇଁ ଯାତ୍ରା କରିପାରନ୍ତି ଏବଂ ଆମୋଦ ପ୍ରମୋଦରେ କାଟିପାରନ୍ତି | ପ୍ରିୟଜନଙ୍କ ସଙ୍ଗରେ କୌଣସି ଏକ ଆକର୍ଷଣୀୟ ଯାଗାକୁ ବଣଭୋଜି କରିବାକୁ ଓ ହସଖୁସିରେ ସମୟ କାଟିବାକୁ ପସନ୍ଦ କରିପାରନ୍ତି |