Odia News Portal

ବାଘ ବୁଲୁଥିବା ନେଇ ଆତଙ୍କ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ବାଘ ବୁଲୁଥିବା ନେଇ ଆତଙ୍କ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି – ଚିକିଟି ରାସ୍ତାର ରତନେଇ ମନ୍ଦିର ନିକଟ ପାହାଡ଼ରେ ଘୁରିବୁଲୁଛି ବାଘ । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଗତକାଲି ରାତିରେ କେହି ଜଣେ ବ୍ୟକ୍ତି ଭିଡିଓ ଉଠାଇଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘୁରି ବୁଲୁଛି ବାଘ ଭିଡିଓ । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଅଧିକ ଯାଂଚ କରୁଛି ।

ସୂଚନାଯୋଗ୍ୟ, ଗତମାସ ମଧ୍ୟ ଗାଁରେ ବ୍ୟାପିଥିଲା ବାଘ ଗୁଜବ। ଭୟଭୀତ ଲୋକେ । ଗଞ୍ଜାମ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିନ ଲଙ୍କା-ସୁନାଖଳା ପାହାଡ଼ ଉପରେ ଏକ କଲରାପତିରିଆ ବାଘ ବସିଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଥିଲା । ବନବିଭାଗକୁ ଖବର ଦେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ବନ ବିଭାଗ ପକ୍ଷରୁ ଲଙ୍କା ଗ୍ରାମ ସହିତ ଆଖପାଖ ଗାଁରେ ଲୋକଙ୍କୁ ସଚେତନ କରାଯାଇଥିଲା । ତେବେ ତାହା ବାଘ ନା ଆଉ କେଉଁ ପଶୁ ତାହା ସ୍ପଷ୍ଟ ହୋଇ ପାରିନାହିଁ ।