Odia News Portal

ଉଗ୍ରରୂପ ନେଲା ସଜନା ଛୁଇଁ ତୋଳିବା, ଚାଲିଗଲା ଜୀବନ

ସଜନା ଗଛରୁ ଛୁଇଁ ତୋଳିବାକୁ ନେଇ ଦୁଇ ପରିବାର ମଧ୍ୟରେ ବଚସା। ପରେ ଏହା ଉଗ୍ରରୂପ ନେଇଥିଲା। ଏବଂ ଗଣ୍ଡଗୋଳରୁ ଜଣଙ୍କ ମୃତ୍ୟୁ। ଏଭଳି  ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଈଶାଣିପଲ୍ଲୀ ଗାଁରେ। ଗତକାଲି ଗାଁର ପ୍ରଭାକର ନାୟକ ଓ ପ୍ରତାପ ନାୟକଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପ୍ରତାପ ନାୟକଙ୍କ ପୁଅ ଶୁଶାନ୍ତ ନାୟକ ଆଖ ପାଖ ଗାଁ ରୁ ୧୦ରୁ ୧୫ ଜଣ ଯୁବକଙ୍କୁ ଡାକି ଆଣି ପ୍ରଭାକର ନାୟକଙ୍କ ବଡ଼ ପୁଅଙ୍କୁ ଆକ୍ରମଣ କରିଥିଲେ।

ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଭିତରେ କଜଳ ବନ୍ଧ ଗାଁର କୈଳାସ ମଳିକ ଗୁରୁତର ହୋଇଥିଲେ। ରକ୍ତ ଜୁଡୁଵୁଡୁ ଅବସ୍ଥାରେ ଚେତାହରାଇ ପଡିଥିବା କୈଳାସକୁ ପଡିଥିବା ଦେଖି ସଂପର୍କୀୟ ପଥଚାରୀ ପ୍ରଥମେ ରାତି ୧୦ଟାର ରାଜନଗର ଗେ।ଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରବାର ଲୋକ ଆସି ପ୍ରାଥମିକ ଚିକିତ୍ସା ପରେ କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁତର ଅଵସ୍ଥା ଦେଖି ଡାକ୍ତର ପଠାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୣତ ଘେ।ଷଣା କରିଥିଲେ। ସେପଟେ ରାଜନଗର ଥାନା ଆଇଆଇସି ଶ୍ରୀ ନରେଶ କୁମାର ସାହୁ ଘଟଣାକୁ ଗୁରୁତ୍ଵ ଦେଇ ସଙ୍ଗେ ସଙ୍ଗେ ତିନିଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।ଘଟଣା ସ୍ଥଳକୁ ଏସ୍ଡିପିଓ ଶ୍ରୀ ସୁକାନ୍ତ ପାତ୍ର ଓ ଆଇ ଆଇ ସି ଶ୍ରୀ ସାହୁ ଙ୍କ ସମେତ ଏଏସ ଆଇ ମାମିନା ଦେଇ ଓ ପେ।ଲିସ ଟିମ ପହଂଚି ତଦନ୍ତର ଛିନ୍ନଭିନ କରିଥିଲେ। ଵଂଧୁ କୈଳାଶକୁ ହତ୍ୟା।