ତାମିଲନାଡ଼ୁର ତିରୁଭଲ୍ଲୁର ଜିଲ୍ଲାର ଏକ ଘରୋଇ ସି-ଫୁଡ ପ୍ରକ୍ରିୟାକରଣରେ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ୫ଜଣ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆଜି ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିଛି। ମୃତଦେହଗୁଡ଼ିକ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିମାନବନ୍ଦର ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ପୀଡିତ ପରିବାରମାନଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଅଭାବନୀୟ ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ। ଏହା ସହିତ ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ। ପରେ ସେ ଏହି ସହାୟତା ରାଶିର ପରିମାଣକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ। ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି
ସୂଚନାଯୋଗ୍ୟ, ଚଳିତ ମାସ ୨୧ ତାରିଖରେ ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ୭ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଓଡ଼ିଆ ଶ୍ରମିକମାନଙ୍କର ସଂଖ୍ୟା ୫ ଥିଲା। ଅନେକଗୁଡ଼ିଏ ଶ୍ରମିକ ଗୁରୁତର ହୋଇଥିଲେ, ଯେଉଁମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସଜନୀ ଜୁଆଙ୍ଗ ଓ ଜାମୁନି ଜୁଆଙ୍ଗଙ୍କର ମୃତ୍ୟୁ ହୋଇଥିଲା। ମୃତକ ଜାମୁନୀଙ୍କ ଘର କେନ୍ଦୁଝର ତେଲକୋଇ ବ୍ଲକ ଟାଙ୍ଗିରି ଗାଁରେ। ପୂର୍ବରୁ କେବଳ କେନ୍ଦୁଝର ଜିଲ୍ଲାରୁ ୫ ଜଣଙ୍କର ଜୀବନ ଯାଇଥିଲା। ତେଲକୋଇ ଟାଙ୍ଗିରି ଗାଁରୁ ମୋଟ ୧୮ ଜଣ ଯାଇଥିଲେ। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇଛି।
Sign in
Sign in
Recover your password.
A password will be e-mailed to you.
