Odia News Portal

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ନୂଆବହି ଛପାଯାଇ ପିଲାଙ୍କୁ ବଣ୍ଟନ କରାଯିବ

ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ସମସ୍ତ ତ୍ରୁଟି ବହିକୁ ପ୍ରତ୍ୟାହାର କରାଯିବ । ନୂଆବହି ଛପାଯାଇ ପିଲାଙ୍କୁ ବଣ୍ଟନ କରାଯିବ । ତଦନ୍ତ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଯେଉଁମାନେ ଷଡ଼ଯନ୍ତ୍ରରେ ସାମିଲ ଥିବେ ତଣ୍ଡ ଗଣିବେ । ସେମାନଙ୍କ ପାଖରୁ ତ୍ରୁଟି ବହିର ମୂଲ୍ୟ ଆଦାୟ କରାଯିବ ।

ରାଜ୍ୟର ସରକାରୀ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂଆ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ ସାମ୍ନାକୁ ଆସିଛି । ଶହଶହ ତ୍ରୁଟି ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ସାରାରାଜ୍ୟ । ଲୋକସେବା ଭବନରୁ ଆରମ୍ଭ କରି ଗାଁ ଗହଳି ସବୁଠି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ବ୍ୟାପକ ବନାନ ଓ ତଥ୍ୟଗତ ତ୍ରୁଟି । ଏହି ଘଟଣାରେ ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ ହୋଇଥିଲା । ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ୩ ଜଣିଆ କମିଟି ୭ ଦିନ ଧରି ତନାଘନା ତଦନ୍ତ କରି ରିପୋର୍ଟ ଦାଖଲ କରିଛନ୍ତି ।