ଜରୁରିକାଳୀନ ସ୍ଥିତି ଳାଗୁ ହେବାର ୫୦ ବର୍ଷ ପୁରିଥିବା ବେଳେ ବିଜେପି ପକ୍ଷରୁ ଆଜି ସମ୍ବିଧାନ ହତ୍ୟା ଦିବସ ୨୦୨୬ ପାଳନ କରାଯାଉଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବିଜେପି କାର୍ଯ୍ୟଳୟ ଠାରେ ମଧ୍ୟ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଇଛି। ଜିଲ୍ଲା ବିଜେପି ସଭାପତି ଶ୍ରୀ କୁଞ୍ଜ ବିହାରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରାଜ୍ୟ ବିଜେପି ଉପସଭାପତି ରମେଶ ସାହୁ, ଭଜନାଥ ଗଣ୍ଡ, କୁଞ୍ଜ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଭାରତୀୟ ଇତିହାସର ଅନ୍ଧକାରମୟ ଯୁଗ ଉପରେ ଏକ ଦୃଷ୍ଟିପାତ କରି ‘ଜରୁରିକାଳୀନ’ ସ୍ଥିତିକୁ ୫୦ ବର୍ଷ ପୂରି ଯାଇଥିବା ବେଳେ ସମ୍ବିଧାନ ହତ୍ୟାର ସେହି ସମୟ କୁ ଦେଶର କୌଣସି ବି ପିଢ଼ି କେବେ ବି ନ ଭୁଳିବା ଉଚିତ’’ ବୋଲି ଦିବସ ପାଳନ ସମୟ ରେ ମତ ପ୍ରକାଶ ପାଇଛି। ଏହି ଅବସରରେ ସ୍ବାଧୀନ ଭାରତ ଇତିହାସର ସବୁଠାରୁ ସଙ୍କଟପୂର୍ଣ୍ନ ସମୟରେ ତାହାର ମୁକାବିଲା କରିଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି। ଜ୍ଞାପନ କରାଯାଇଥିଲା।
