ରାଜ୍ୟର ବିଭିନ୍ନ ସ୍ଥାନରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଆଉ ଏହାକୁ ଅଟକାଇବାକୁ ଗଲା ବେଳେ ପ୍ରଶାସନ ପୋଲିସକୁ ନାଲିଆଖି ଦେଖାଉଛନ୍ତି ବାଲି ମାଫିଆ । ଏଭଳି ଘଟଣା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବାଲି ମାଫିଆ – ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି । ଅତିରିକ୍ତ ତହସିଲଦାର ଙ୍କ ଗାଡିକୁ ଅଟକାଇ ପୁଲିସ ଉପସ୍ଥିତରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି ବାଲି ମାଫିଆ। ଆଜି ରାଜନଗର ଅତିରିକ୍ତ ତହସିଲଦାର ଆଶିଷ କୁମାର ଜେନା ରୁଟିନ ଏନ୍ଫୋର୍ଷିମେଣ୍ଟ କରିବା ସମୟରେ ଏକ ବାଲି ବୋଝଇ ହାଇୱା କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡିଟି ଅଟକି ନଥିଲା ଆଉ ସେହି ହାଇୱା କୁ ଧରିବା ପାଇଁ ୧୨ କିଲୋମିଟର ଗୋଡ଼ାଇବା ସମୟରେ ବାଲି ମାଫିଆ ଙ୍କ ଆଉଏକ କାର ତାଙ୍କ ଗାଡି ଆଗରେ ରହି ଅତିରିକ୍ତ ତହସିଲଦାର ଙ୍କ ଗାଡିକୁ ଅଟକାଇ ଥିଲା ଫଳରେ ହାଇୱା ରାସ୍ତା ମଝିରେ ବାଲି ଢାଳି ଖସି ଯିବାକୁ ସମର୍ଥ ହୋଇଥିଲା। ତହସିଲଦାର ଙ୍କ ଗାଡିଟି ଅଟକିବା ପରେ ସେହି ଗାଡ଼ିରୁ ସମ୍ପୃକ୍ତ ବାଲି ମାଫିଆ ବାହାରି ପୁଲିସ ଉପସ୍ଥିତ ରେ ଅତିରିକ୍ତ ତହସିଲଦାର ଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ତେବେ ପୁରା ଘଟଣା ବିଷୟରେ ଥରେ ଶୁଣିନିଅନ୍ତୁ ଅତିରିକ୍ତ ତହସିଲଦାର ମୁହଁରୁ
ଏହି ଘଟଣା କୁ ନେଇ ଅତିରିକ୍ତ ତହସିଲଦାର ରାଜନଗର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ବାଲି ମାଫିଆକୁ ପୁଲିସ ଅଟକ ରଖିଥିବା ବେଳେ ବାଲି ବୋଝଇ ହାଇୱାଟି ଫେରାର ହୋଇଯାଇଛି। ତେବେ ପୁରା ଘଟଣା ବୟାନ କରୁଛି କିଭଳି ବାଲି ମାଫିଆ ମାନେ ଭୟଶୂନ୍ୟ ହୋଇଯାଇଛନ୍ତି । ପୋଲିସ ଆଇନ କାନୁନ ପ୍ରଶାସନ କାହାକୁ ଭୟ କରୁନାହାଁନ୍ତି ଏହି ବାଲି ମାଫିଆମାନେ । ତେବେ ବାଲି ମାଫିଆ ମାନଙ୍କୁ ସାବାଡ଼ କରିବାକୁ କଡ଼ା ଆଇଡ଼ ଅଣାଯାଉ ବୋଲି ବିଭିନ୍ନ ମହଲରୁ ଦାବି ଉଠୁଛି ।
