Odia News Portal

ସ୍ପେସାଲ୍ ସ୍କ୍ବାଡ୍ ନାଁରେ ନାବାଳକଙ୍କୁ କିଡନାପ

ସ୍ପେସାଲ୍ ସ୍କ୍ବାଡ୍ ନାଁରେ ଜଣେ ନାବାଳକଙ୍କୁ ଅପହରଣ କରି ପ୍ରଥମେ ବ୍ରାଉନ୍ସୁଗାର ଆଣିବାକୁ କହିବା ଏବଂ ପରେ ୨୦ହଜାର ଟଙ୍କା ପାଇଁ ମୁଣ୍ଡ ଜାମିନ୍ ରଖିବା ଘଟଣାରେ ସହିଦନଗର ଥାନା ପୁଲିସ ପଥରବନ୍ଧ ବସ୍ତିର ୪ ଦୁର୍ବୃତ୍ତ ମାନସ ସିଂହ ଓରଫ ମଣିଆ, ମିଟୁ ନାୟକ, ମାନସ ରଂଜନ ସ୍ବାଇଁ ଓରଫ ମୁନା ଓ ରାଜେଶ ସାହୁଙ୍କୁ ଗିରଫ କରିଛି ପୋଲିସ। ବିରିଆନୀ ପାଇଁ ଆସିଥିବା ବେଳେ ଜୋର ଜବରଦସ୍ତ ନାବାଳକଙ୍କୁ ଅପହରଣ କରିଥିଲେ ଦୁର୍ବୁତ୍ତ । ସ୍ପେଶାଲ ସ୍କ୍ବାର୍ଡ କହି ପରିବାର ଲୋକଙ୍କୁ ଧମକାଇଥିଲେ । ଅପହରଣ କରି ମୁଣ୍ଡଜାମିନ ରଖିବା ସହ ଟଙ୍କା ନ ଦେଲେ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଟଙ୍କା ନ ଦେଲେ ନାବାଳକକୁ ଜୀବନରୁ ମାରିଦେବାକୁ ମଧ୍ୟ ଚେତାବନୀ ଦେଇଥିଲେ । ପରିବାର ଲୋକେ ସହିଦନଗର ଥାନାର ଦ୍ୱାରସ୍ଥ ହେବା ପରେ ମୋବାଇଲ୍ ନମ୍ବର ଟ୍ରାକ୍ କରି ଦୁର୍ବୃତ୍ତଙ୍କୁ ଧରିଲା ପୋଲିସ ।ଏହି ଘଟଣାରେ କିଛି ଦୁର୍ଦ୍ଦାନ୍ତ ଅପରାଧୀ ତଥା ନିକଟରେ ଝାରପଡ଼ା ଜେଲ୍ ରୁ ଜାମିନ୍ ରେ ମୁକୁଳିଥିବା ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି।