Odia News Portal

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ଧୀରେ ଧୀରେ ଅଧିକ ସକ୍ରିୟ ହେବାରେ ଲାଗିଛି। ଘଣ୍ଟା ପ୍ରତି ପ୍ରାୟ ୨୩ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା ଏହି ଅବପାତ ଆଗାମୀ ସମୟରେ ବାତ୍ୟାର ରୂପ ନେବା ନେଇ ଆଶଙ୍କା ବଢ଼ିଛି।

ପାଣିପାଗ ସମ୍ବନ୍ଧୀୟ ତଥ୍ୟ ଅନୁଯାୟୀ, ଏହି ଅବପାତ ବର୍ତ୍ତମାନ ଚେନ୍ନାଇଠାରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ରହିଛି। ସେହିପରି ବିଶାଖାପାଟଣା ଏବଂ ମଛଲିପଟ୍ଟନମ୍‌ଠାରୁ ଏହାର ଦୂରତା ପ୍ରାୟ ୭୭୦ କିଲୋମିଟର ରହିଥିବା ସୂଚନା ମିଳିଛି।

ସବୁଠାରୁ ବଡ଼ କଥା ହେଉଛି, ଅବପାତର ଗତି ଏବଂ ପାଣିପାଗର ଅନୁକୂଳ ସ୍ଥିତିକୁ ଦେଖି ଆଜି ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। କେବଳ ସେତିକି ନୁହେଁ, ଆସନ୍ତାକାଲି ସୁଦ୍ଧା ଏହା ଅଧିକ ଶକ୍ତି ସଞ୍ଚୟ କରି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଉଛି।

ତେବେ ଏହି ସମ୍ଭାବ୍ୟ ବାତ୍ୟାର ଗତିପଥ କେଉଁ ଦିଗକୁ ରହିବ? କେଉଁ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ପଡ଼ିବ? ଏବଂ ଓଡ଼ିଶା ପାଇଁ କେତେ ରହିଛି ବିପଦ? ଏସବୁ ଉପରେ ପାଣିପାଗ ବିଭାଗର ପରବର୍ତ୍ତୀ ଆକଳନ ଉପରେ ନଜର ରହିଛି।