Odia News Portal

କଡ଼ା ସୁରକ୍ଷା ବଳୟରେ ବିଗ ବି

ଅମିତାଭ ବଚ୍ଚନ ଯାହାଙ୍କୁ ଆମେ ବଲଉଡ଼ର ବିଗ୍ ବି ବୋଲି କହିଥାଉ। ବିଗ ବିଙ୍କ ଟିକିଏ ଝଲକ ପାଇବା ପାଇଁ ପ୍ରଶଂସକମାନେ ପାଗଳ ଭଳି ହୁଅନ୍ତି । ଅମିତବାଙ୍କୁ ଦେଖା କରିବାକୁ ତାଙ୍କର ଜାଲସା ବଙ୍ଗଳାରେ ପ୍ରତି ରବିବାର ଅସଂଖ୍ୟ ଭିଡ଼ ଜମେ । ପ୍ରତେକ ରବିବାର ବିଗ୍ ବି ନିଜ ଫ୍ୟାନଙ୍କୁ ଭେଟି ଥାଆନ୍ତି । ଗତ ରବିବାର ମଧ୍ୟ ସେ ନିଜ ଫ୍ୟାନଙ୍କୁ ଭେଟିଥିଲେ । କିନ୍ତୁ ଏଥର ଏକ ନିଆରା ଢଙ୍ଗରେ ନିଜ ଫ୍ୟାନମାନଙ୍କୁ ଭେଟି ଥିଲେ ଅଭିତାବ । ମୁମ୍ବାଇ ସ୍ଥିତ ଜାଲସା ବଙ୍ଗଳା ବାହାରେ ପ୍ରଶଂସକଙ୍କୁ ଏଥର ବୁଲେଟ୍‌ପ୍ରୁଫ୍‌ କାଚ ଭିତରୁ ଅଭିବାଦନ ଜଣାଇଥିଲେ ବିଗ୍ ବି । ସବୁ ବେଳେ ଖୋଲା ଷ୍ଟେଜ ଉପରୁ ଫ୍ୟାନମାନଙ୍କୁ ମାନ ହାତ ହଲାଇ ସେ ଅଭିବାଦନ ଜଣାନ୍ତି । କିନ୍ତୁ ଗତ ରବିବାରରେ ବିଗ ବିଙ୍କୁ ବୁଲେଟ ପ୍ରୁଫ କାଚ ଭିତରେ ରହି ଅଭିବାଦନ ଜଣାଉଥିବାର ଦେଖିବାକୁ ମିଳିଥିଲା ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓରେ ତାଙ୍କ ପାଖରେ ପୁଅ ଅଭିଷେକ ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ। ଟାଇଗର ସ୍ରଫଙ୍କୁ ଗୁଳିମାଡ଼ ପରେ ବଲଉଡ଼ ଜଗତରେ ଏବେ ଭୟର ମାହୋଲ । ଏଭଳି ସ୍ଥିତିରେ ବିଗ ବିଙ୍କ ବଙ୍ଗଳା ଜାଲସା ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।