Odia News Portal

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଶସ୍ତା

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଶସ୍ତା ହେବା ସତ୍ତ୍ବେ ଭାରତୀୟ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ବିକ୍ରିରେ କ୍ଷତି ସହୁଛନ୍ତି। ଅବଶ୍ୟ ପୂର୍ବାପେକ୍ଷା ସେମାନଙ୍କ କ୍ଷତି କମ୍‌ ହୋଇଛି। ବ୍ରୋକରେଜ୍‌ ସଂସ୍ଥା ଜେଫେରିଜ୍‌ ଅନୁଯାୟୀ ପେଟ୍ରୋଲରେ ସେମାନେ ଲିଟରକୁ ୧୨ ଟଙ୍କା ଓ ଡିଜେଲରେ ୨୭ ଟଙ୍କା ହରାଉଛନ୍ତି।ଗତ ଅକ୍ଟୋବରରେ ଏହି କ୍ଷତି ପେଟ୍ରୋଲରେ ୨୨ ଟଙ୍କା ଓ ଡିଜେଲରେ ୨୮ ଟଙ୍କା ଥିଲା। ଗତ ଅକ୍ଟୋବରରେ ଅଶୋଧିତ ତୈଳ ଦର ବ୍ୟାରେଲକୁ ୧୨୦ ଡଲାର ଥିଲା। ‌ଏବେ ତାହା ୯୭ ଡଲାରକୁ ହ୍ରାସ ପାଇଛି। ‌ଜେଫେରିଜ ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ତୈଳ ଯୋଗାଣରେ ସୁଧାର ଘଟିଥିଲେ ମଧ୍ୟ ପରିବହନ ଭଡ଼ା ଉଚ୍ଚା ରହିଛି। ମଧ୍ୟପ୍ରାଚ୍ୟରେ ତୈଳ ରପ୍ତାନି ଯୁଦ୍ଧ ପୂର୍ବ ସମୟର ସ୍ଥିତିକୁ ଫେରିଛି। ଗତ ଅକ୍ଟୋବରରେ ସାଉଦି ଆରବ ଉତ୍ପାଦନ କରିଥିବା ତେଲ ଗତ ଚାରି ବର୍ଷରେ ସର୍ବାଧିକ ଥିଲା।