ବଲିଉଡ ସୁପରଷ୍ଟାର ସଲମାନ ଖାନ ଏ ଯାଏଁ ବାହା ହୋଇନାହାନ୍ତି । କିନ୍ତୁ ଏହି ଅଭିନେତାଙ୍କ ସହ ରୋମାନ୍ସ କରିବାକୁ ବହୁ ଅଭିନେତ୍ରୀ ପାଗଳ ହେଉଛନ୍ତି । ଏହି ସମୟରେ ହଟ ହିରୋଇନ ଆଲିଆ ଭଟ୍ଟ ଏବେ ସଲମନ କାନଙ୍କୁ ନେଇ ବେଶ ଖୁସୀ ଅଛନ୍ତି । କାରଣ ଆଗାମୀ ଫିଲ୍ମରେ ସେ ସଲମନଙ୍କ ସହ ରୋମାନ୍ସ କରିବାରକ ସୁଯୋଗ ପାଇବେ । ସଲମାନ ଓ ଅଭିନେତ୍ରୀ ଆଲିୟା ଭଟ୍ଟ ଏକା ସହ ପରଦାରେ ଅଭିନୟ କରିବାକୁ ଯାଉଛନ୍ତି। ସଂଜୟ ଲିଲା ଭଂସାଲୀଙ୍କ ଫିଲ୍ମ “ଇଂଶାଅଲ୍ଲାହ”ରେ ଉଭୟ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଆଲିୟା ସଲମାନ ପରଦାରେ ରୋମାନ୍ସ କରିବେ।
ତେବେ ସଲମାନ ଟୁଇଟ୍ କରିଛନ୍ତି ଯେ, ୨୦ ବର୍ଷ ପରେ ସଂଜୟ ଲିଲାଙ୍କ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। ସଂଜୟଙ୍କ ସହ ପୁଣି କାମ କରିବା ପାଇଁ ସେ ନିଜ ଖୁସି ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ସେ ବହୁତ ଉତ୍ସୁକ ଅଛନ୍ତି। “ଇଂଶାଅଲ୍ଲାହ”ରେ ଆଲିୟାଙ୍କ ସହ ଅଭିନୟ କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ଆଲିୟା ମଧ୍ୟ ନିଜ ଖୁସି ଟୁଇଟ୍ ଦ୍ୱାରା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ସଲମାନ ଓ ସଂଜୟ ଯୋଡି ଧମାଲ କରିବା ରେକର୍ଡ ଅଛି। ଉଭୟଙ୍କ ସହ କାମ କରିବା ତାଙ୍କର ସ୍ୱପ୍ନ ଥିଲା।
Sign in
Sign in
Recover your password.
A password will be e-mailed to you.
