ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ବିଶ୍ବକପ୍ ୨୦୧୯ର ପ୍ରଥମ ମ୍ୟାଚ୍ ୫ଜୁନରେ ସାଉଥଆଫ୍ରିକା ବିପକ୍ଷରେ ଖେଳିବାକୁ ଯାଉଛି। କିନ୍ତୁ ଖେଳ ପୂର୍ବରୁ ଭାରତୀୟ ଖେଳପ୍ରେମୀଙ୍କ ପାଇଁ ଆସିଛି ଏକ ଖରାପ ଖବର। ସାଉଥ ଆଫ୍ରିକା ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିରାଟସେନା ଖୁବ ଅଭ୍ୟାସ କରୁଛି। ଏମିତିରେ ଅଭ୍ୟାସ ସମୟର ଏପରି କିଛି ଫଟୋ ଆସିଛି ଯାହା ସମସ୍ତଙ୍କୁ ଦେଇଛି ଏକ ବଡ ଝଟକା। ଗୋଟିଏ ଫଟୋରେ ବିରାଟ ତାଙ୍କ ଆଙ୍ଗୁଠିରେ ସ୍ପେ କରୁଥିବା ନଜର ଆସିଛି । ଅଭ୍ୟାସ ମ୍ୟାଚ ସମୟରେ ଭାରତୀୟ ଦଳର ଫିଜିସପେଟ୍ରିକ ଫହର୍ଟ ଅଧିନାୟକ ବିରାଟ କୋହଲିଙ୍କ ଡାହାଣ ହାତ ଆଙ୍ଗୁଠିରେ ପଟି ବାନ୍ଧୁଥିବା ନଜର ଆସିଥିଲା। ଏହି ଫଟୋ ସର୍ବସାଧାରଣକୁ ଆସିବା ପରେ ଖେଳପ୍ରେମୀଙ୍କ ଚିନ୍ତା ବଢ଼ିଯାଇଛି।