Odia News Portal

ଏଫଆଇଏଚ୍‌ ହକି, ସେମିଫାଇନାଲରେ ଭାରତ-ଜାପାନ ମୁହାଁମୁହିଁ

ଭୁବନେଶ୍ବର: ଏଫଆଇଏଚ୍‌ ସିରିଜ ଫାଇନାଲର କ୍ରସ୍‌ ଓଭର ମ୍ୟାଚରେ ଜାପାନ ଓ ଦକ୍ଷିଣ ଆଫ୍ରିକାର ବାଜିମାତ୍‌ । ପ୍ରଥମ ମ୍ୟାଚ୍‌ରେ ପୋଲାଣ୍ଡକୁ ୬-୨ଗୋଲରେ ପରାସ୍ତ କରି ସେମିଫାଇନାଲର ସ୍ଥାନ ପକ୍କା କରିଛି ଜାପାନ । ୧୪ ତାରଖରେ ଭାରତ ସହ ସେମିଫାଇନାଲରେ ମୁହାଁମୁହିଁ ହେବ । ସେହିଳଭି ଦ୍ୱିତୀୟ ମ୍ୟାଚରେ ଋଷିଆକୁ ୨-୧ଗୋଲରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ମ୍ୟାଚ କଡା ଟକ୍କର ସତ୍ତ୍ୱେ ଶେଷରେ ବାଜି ମାରିଥିଲା ଦକ୍ଷିଣ ଆଫ୍ରିକା । ୧୫ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ବିଜେତା ଓ ଉପିବିଜେତା ଦଳ ଅଲମ୍ପିକ ଖେଳିବାର ସୁଯୋଗ ପାଇବେ ।