Odia News Portal

ଦ. ଆଫ୍ରିକାକୁ ୫-୦ରେ ହରାଇ ଭାରତ ଚାମ୍ପିଅନ

ଭୁବନେଶ୍ଵର : ଏଫଆଇଆଚ ଫୁରୁଷ ହକି ଫାଇନାଲ୍ସରେ ଭାରତ ଚାମ୍ପିଅନ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫-୧ରେ ହରାଇ ଚାମ୍ପିଅନ ହୋଇଛି। ଏହା ସହିତ ଭାରତ ୨୦୨୦ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଟୂର୍ଣ୍ଣାମେଣ୍ଟରେ ଭାରତ ଅପରାଜୟ ରହିଛି। ଗୋଟିଏ ହେଲେ ମ୍ୟାଚରେ ଦଳ ପରାଜିତ ହୋଇ ନାହିଁ।  ଫାଇନାଲ ମ୍ୟାଚରେ ଦଳ ପକ୍ଷରୁ ବରୁଣ କୁମାର ୨ଟି,  ହରମନପ୍ରୀତ ସିଂହ ୨ ଓ ବିବେକ ପ୍ରସାଦ ଗୋଟିଏ ଗୋଲ୍ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରିଚାର୍ଡ ପଉଜ ଏକ ମାତ୍ର ଗୋଲ୍ ଦେଇଥିଲେ।

ଖେଳ ଆରମ୍ଭରୁ ଭାରତ ଦକ୍ଷିଣ ଆଫ୍ରିକା ଉପରେ ଆକ୍ରମଣ କରିଥିଲା। ଫଳସ୍ଵରୂପ ଦଳ ଖେଳର ୨ମ ମିନିଟରେ ଗୋଲ୍ ଦେଇଥିଲା। ବରୁଣ କୁମାର ଏହି ଗୋଲ୍ ଦେଇ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହା ପରେ ୧୧ତମ ମିନିଟରେ ହରମନପ୍ରୀତ ଆଉ ଏକ ଗୋଲ୍ ଦେଇ ଭାରତକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨-୦ରେ ଅଗ୍ରଣୀ କରାଇଥିଲେ। ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୂରା ପ୍ରାଧ୍ୟାନ ବିସ୍ତାର କରି ଖେଳିଥିଲା। ଏହି କ୍ରମରେ ୨୫ ତମ ମିନିଟରେ ହରମନପ୍ରୀତ ସିଂହ ଆଉ ଏକ ଗୋଲ୍ ସ୍କୋର କରି ଭାରତକୁ ୩-୦ରେ ଅଗ୍ରଣୀ କରାଇଥିଲେ। ଦକ୍ଷିଣ ଆଫ୍ରିକା ମ୍ୟାଚକୁ ଫେରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ଦେଇନଥିଲା।

୩୫ ତମ ମିନିଟରେ ବିବେକ ପ୍ରସାଦ ବ୍ୟକ୍ତିଗତ ଦ୍ଵିତୀୟ ଗୋଲ ସ୍କୋର କରି ଖେଳରେ ଭାରତକୁ ୪-୦ରେ ଅଗ୍ରଣୀ କରାଇଥିଲେ। ଏହା ପରେ ବରୁଣ କୁମାର ୪୯ ତମ ମିନିଟରେ ଭାରତ ପକ୍ଷରୁ ପଞ୍ଚମ ଗୋଲ୍ ସ୍କୋର କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରିଚାର୍ଡ ପଉଜ ୫୩ ତମ ମିନିଟରେ ଦଳ ପକ୍ଷରୁ ଏକ ମାତ୍ର ଗୋଲ୍ ସ୍କୋର କରିଥିଲେ। ଶେଷରେ ଭାରତ ମ୍ୟାଚକୁ ୫-୧ରେ ଜିତି ନେଇଥିଲା।