କାର୍ଡିଫ : ଆଫଗାନିସ୍ତାନକୁ ୯ ୱିକେଟରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ବିଶ୍ୱକପ ୨୦୧୯ରେ ଶନିବାର ନିଜର ପ୍ରଥମ ବିଜୟ ହାସଲ କରିଛି । ଏଥି ସହିତ ଟିମ ସେମିଫାଇନାଲରେ ପ୍ରବେଶକୁ ଅନେକ ଆଶା ରଖିଛି । ଫାଫ ଡୁପ୍ଲେସିସଙ୍କ ନେତୃତ୍ୱରେ ଟିମ ଟୁର୍ଣ୍ଣାମେଣ୍ଟର ଆରମ୍ଭରୁ ଭଲ ଖେଳି ନଥିଲା । ପୂର୍ବରୁ ଦକ୍ଷିଣ ଆଫ୍ରିକା ୩ ଟି ମ୍ୟାଚରେ ହାରିଥିବା ବେଳେ ୱେଷ୍ଟଇଣ୍ଡିଜ ସହିତ ମ୍ୟାଚ ପଏଣ୍ଟ ଭାଗ ହୋଇଥିଲା ।
କାର୍ଡିଫରେ ଦକ୍ଷିଣ ଆଫ୍ରିକା ବିଜୟୀ ହେବ ବୋଲି ମ୍ୟାଚର ପ୍ରାଥମିକ ପର୍ଯ୍ୟାୟରୁ ସ୍ପଷ୍ଟ ହୋଇଯାଇଥିଲା । ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପାଇଥିବା ଇମ୍ରାନ ତାହିରଙ୍କୁ ୪ ୱିକେଟ ମିଳିଥିଲା । ଆଫଗାନିସ୍ତାନକୁ ଦକ୍ଷିଣ ଆଫ୍ରିକା ୧୨୫ ରନରେ ଅଲଆଉଟ କରିଥିଲା । ବର୍ଷା ଯୋଗୁଁ ମ୍ୟାଚକୁ ୪୮-୪୮ ଓଭର କରି ଦିଆଯାଇଥିଲା । ଏକ ସାଧାରଣ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ସହଜରେ ଜିତିଥିଲା । ଦକ୍ଷିଣ ଆଫ୍ରିକା ଏହି ଲକ୍ଷ୍ୟ ହାସଲ କରିବାରେ ଯଦିଓ ସମୟ ଲାଗିଥିଲା । ଆଫଗାନିସ୍ତାନ ଏବେ ଅନ୍ତିମ ୪ଟି ଟିମରେ ସ୍ଥାନ ପାଇବା ଅସମ୍ଭବ ଭଳି ମନେ ହେଉଛି । କାରଣ ଏହି ଟିମ ବିରୋଧୀ ଟିମକୁ କୌଣସି ମ୍ୟାଚରେ ଅଡୁଆରେ ପକାଇ ପାରି ନାହିଁ ।
ଦକ୍ଷିଣ ଆଫ୍ରିକା ପାଇଁ ହାସିମ ଆମଲା ଅପରାଜିତ ୪୧ ରନ ଓ କ୍ୱିଣ୍ଟନ ଡି କକ ୬୮ ରନ ଯୋଡ଼ିଥିଲେ । ଗୁଲବଦୀନ ନେଭ ମହମ୍ମଦ ନବୀଙ୍କ ହାତରେ କ୍ୟାଚ କରାଇ ଡି କକଙ୍କୁ ପାଭଲିଅନ ପଠାଇଥିଲେ । ଆମଲା ଏବଂ ଆଣ୍ଡିଲ ଫେହଲୁକୱାୟୋ ଦକ୍ଷିଣ ଆଫ୍ରିକାର ବିଜୟ ପର୍ଯ୍ୟନ୍ତ କ୍ରିଜରେ ଥିଲେ ।