Odia News Portal

ଏଫ୍‌ଆଇଏଚ୍‌ ସିରିଜ ଚାମ୍ପିୟନ ହେଲା ଭାରତ, ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ଗୁରୁଜିତ କୋରଙ୍କ ଦୁଇଟି ଗୋଲ ସାହାଯ୍ୟରେ ଭାରତୀୟ ମହିଳା ହକି ଟିମ ରବିବାର ଦିନ ଏଫଆଇଏଚ ୱିମେନ ସିରିଜର ଫାଇନାଲରେ ବିଜୟୀ ହୋଇଛି । ରବିବାର ଦିନ ଜାପାନକୁ ୩-୧ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ ।
ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଚିଲିକୁ ୪-୨ ଗୋଲରେ ପରାସ୍ତ କରି ଅଲମ୍ପିକ କ୍ୱାଲିଫାୟର ପାଇଁ କ୍ୱାଲିଫାଏ କରିଥିଲା । ଭାରତର ଏହି ବିଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ଭାରତୀୟ ଟିମର ଖେଳ ଉପରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, ଅସାଧାରଣ ଖେଳ, ଉତ୍କୃଷ୍ଟ ପରିଣାମ !
ମହିଳା ଏଫଆଇଏଚ ସିରିଜ ଫାଇନାଲ ହକି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିବାରୁ ଆମ ଟିମକୁ ଶୁଭେଚ୍ଛା । ଏହି ବିଜୟ ହକିକୁ ଭବିଷ୍ୟତରେ ଅଧିକ ପରିଚିତ କରିବ ଅନେକ ଯୁବ ଖେଳାଳିଙ୍କୁ ଏହି ଖେଳ ଖେଳିବା ପାଇଁ ପ୍ରୋତ୍ସାହିତ କରିବ ।