କଟକ : ଓଡ଼ିଶା ସିପକ ଟାକ୍ରୋ ସଙ୍ଘ ଓ କଟକ ସିପକ ଟାକ୍ରୋ ସଙ୍ଘ ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମର ସିପକ ଟାକ୍ରୋ କମ୍ପ୍ଲେକ୍ସଠାରେ ୨୦ତମ ଜୁନିୟର ଅନ୍ତଃଜିଲ୍ଲା ସିପକ ଟାକ୍ରୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଉଦ୍ଘାଟନୀ ଉତ୍ସବ ମୁଖ୍ୟ ଅତିଥି ଭାବେ ଜାତୀୟ ସିପକ ଟାକ୍ରୋ ସଙ୍ଘରେ ଉପ ସଭାପତି ବିମଳ ପାଲ , ମୁଖ୍ୟ ବକ୍ତା ଭାବେ ଓଷ୍ଟା ଉପ ସଭାପତି ବିଜୟ କୁମାର ସାମଲ ଯୋଗ ଦେଇ ପ୍ରତିଯୋଗିତାର ସଫଳତା କାମନା କରିବା ସହ କ୍ରୀଡ଼ାବିତମାନଙ୍କୁ ସୁବେଛା ଜ୍ଞାପନ କରିଥିଲେ।

