Odia News Portal

ସକାଳେ ଉଠି କରନ୍ତୁ ନାହିଁ ଏହି ୩ଟି କାମ

ଆଜିକାଲି ଝିଅପୁଅଙ୍କର ଅନେକ ଖରାପ ଅଭ୍ୟାସ ରହୁଛି ଯାହା ଦ୍ବାରା ତାଙ୍କ ଶରୀର ପ୍ରତି ଅନେକ ଖରାପ ପ୍ରଭାବ ପଡ଼ୁଛି। ଏହି ସବୁ ଖରାପ ଅଭ୍ୟାସ ଯୋଗୁଁ ଶରୀର ଦୁର୍ବଳ ହୋଇଯାଉଛି। ଯଦି ଏହି ଅଭ୍ୟାସଗୁଡ଼ିକୁ ତୁରନ୍ତ ବନ୍ଦ ନ କରାଯାଏ ତେବେ ଶରୀର ପ୍ରତି ବହୁତ ଖରାପ ପ୍ରଭାବ ପଡ଼ିବ।

୧.ସକାଳେ ଶୋଇ ଉଠିବା ପରେ ବ୍ୟକ୍ତିଙ୍କ ଆଖି ଅତ୍ୟନ୍ତ କୋମଳ ହୋଇଥାଏ। ଯଦି କୈାଣସି ପୁଅ କିମ୍ବା ଝିଅ ସକାଳେ ଉଠିବା ପରେ ଫୋନ୍ ବ୍ୟବହାର କରନ୍ତି ତେବେ ଏହାର ସବୁଠୁ ଖରାପ ପ୍ରଭାବ ତାଙ୍କ ଆଖି ଉପରେ ପଡ଼ିଥାଏ। କାରଣ ସକାଳେ ଉଠିବା ପରେ ସ୍ମାର୍ଟଫୋନ୍ ବ୍ରବହାର କରିବା ଦ୍ବାରା ଦୃଷ୍ଟି ଶକ୍ତିି ଦୁର୍ବଳ ହୋଇଯାଇଥାଏ। ଏଥିପାଇଁ ସକାଳେ ଉଠିବା ପରେ ସ୍ମାର୍ଟଫୋନ୍ ବ୍ରବହାର କରନ୍ତୁ ନାହିଁ ।

୨.ଆମ ମାନଙ୍କ ମଧ୍ୟରୁ ଅନେକ ଜଣ ବିଛଣା ଛାଡ଼ିବାର ତୁରନ୍ତ ପରେ ସ୍ନାନ କରିଥାନ୍ତି। ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଅନେକ ଲୋକ ଜାଣିନଥାଆନ୍ତି ଯେ କିନ୍ତୁ ଏହା କରିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ। ସକାଳେ ଉଠିବାର ୧୫ରୁ ୨୦ମିନିଟ ପରେ ଥଣ୍ଡା ପାଣିରେ ଗାଧୋଇବା ଉଚିତ୍। ଉଷୁମ ପାଣିରେ ବିଲକୁଲ ଗାଧୋଇବା ଅନୁଚିତ୍।

୩. କେତେକ ଲୋକେ ସକାଳେ ଉଠିବାର ତୁରନ୍ତ ପରେ ଚା’ ପିଇବାକୁ ପସନ୍ଦ କରନ୍ତି। କିନ୍ତୁ କେବେବି ଖାଲି ପେଟରେ ଚା’ ପିଇବା ଅନୁଚିତ୍। କାରଣ ଏହା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ଏଥିପାଇଁ ସବୁଦିନ ସକାଳେ ଉଠିବା ପରେ ପାଣି ପିଅନ୍ତୁ। ଏବଂ ଏହାପରେ ଯେକୈାଣସି ଜିନିଷ ଖାଇପାରିବେ।