ଅରଖଫୁଲରେ ରହିଛି ଅନେକ ଔଷଧୀୟ ଗୁଣ । ଅରଖ ଗଛର ପତ୍ର ଓ ଫୁଲ ଶ୍ୱାସରୋଗ, ଡାଇବେଟିସ୍ ଆଦି ରୋଗକୁ ଭଲ କରିଥାଏ । ଶ୍ୱାସରୋଗୀ ପ୍ରତିଦିନ ସକାଳେ ନିୟମିତ ଅରଖ ଫୁଲ ସହିତ ଉଷୁମ ପାଣି ପିଇଲେ ଉପକାର ମିଳିଥାଏ। ଅରଖଗଛର ଫୁଲକୁ ଶୁଖାଇ ଏହାକୁ ଗୁଣ୍ଡ କରି କିଛି ଦିନ ନିୟମିତ ଖାଇଲେ ଅନେକ ସୁଫଳ ମିଳିଥାଏ।
ଅରଖ ଗଛର ଚେରକୁ ଭଲ ଭାବେ ପୋଡ଼ି ଏହି ଗୁଣ୍ଡକୁ ଯେ କୌଣସି ତେଲରେ ମିଶ୍ରଣ କରି ଏହାକୁ କୁଣ୍ଡେଇ ହେଉଥିବା ସ୍ଥାନରେ ଲଗାଇଲେ ସୁଫଳ ମିଳେ। ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ, ଏହି ଗଛର ପତ୍ରକୁ ଗରମ କରି ବାନ୍ଧିଲେ ରକ୍ତ ବୋହିବା ବନ୍ଦ ହୋଇ ଯନ୍ତ୍ରଣାରୁ ଉପଶମ ମିଳିଥାଏ।
