Odia News Portal

ମାତ୍ର ୫ ମିନିଟିରେ ଏହି ଉପାୟରେ ସିଝାନ୍ତୁ ଆଳୁ

ଭୁବନେଶ୍ବର : ଆଳୁ ରୋଷେଇ ଘରର ପ୍ରମୁଖ ପରିବା ମଧ୍ୟରେ ଗଣା । ପ୍ରତ୍ୟେକ ଘରେ ଆଳୁର ଚାହିଦା ବେଶ ଅଧିକ। ପ୍ରତିଟି ତରକାରୀ ହେଉ ଅବା ଭଜା ଆମ୍ଭେମାନେ ଆଳୁକୁ ଖୋଜିଥାଉ ।

ଆଳୁ ପରଟା କରିବା ପାଇଁ ଆଳୁ ସିଝାଇବା ପାଇଁ ଯଦି ଆପଣଙ୍କ ପାଖରେ ଅଧିକ ସମୟ ନଥାଏ, ତେବେ ଏହି ଉପାୟ କରି ଜଲଦି ଆପଣ ଆଳୁକୁ ସିଝାଇପାରିବ। ଆଳୁକୁ ଜଲଦି ସିଝାଇବା ପାଇଁ କୁକର ପାଣି ସହିତ ଅଧା ଚାମଚ ଲୁଣ ମିଶାଇ ଗୋଟେ ସିଟିରେ ଓହ୍ଲାଇଦିଅନ୍ତୁ। ଦେଖିବେ, ଆପଣକୁ ଏଥିପାଇଁ ଅଧିକ ସମୟ ବରବାଦ କରିବାକୁ ପଡିବ ନାହିଁ। ଏପରି ଛୋଟ ଛୋଟ ଟିପ୍ସ ୨-୩ ମିନିଟରେ ଆଳୁ ସିଝାଇ ପାରିବେ। ଲେମ୍ବୁ ସହିତ

ସିଝାନ୍ତୁ ଆଳୁ :
ଆଳୁକୁ ସିଝାଇବା ପାଇଁ ପ୍ରଥମେ ଧୋଇ ପ୍ରେସର କୁକରରେ ବସାଇଦିଅନ୍ତୁ। ଏଥିରେ ଲୁଣ, ପାଣି, ଲେମ୍ବୁ କାଟି ପକାନ୍ତୁ। ଏବେ କୁକୁର ଢାଙ୍କୁଣୀ ବନ୍ଦ କରି ଅଧିକ ଆଞ୍ଚଳରେ ବସାଇଦିଅନ୍ତୁ। ଆପଣ ଦେଖିବେ ୨-୩ ମିନିଟ ମଧ୍ୟରେ ଗୋଟେ ସିଟିରେ ଆଳୁ ଭଲଭାବେ ସିଝିଯିବ।

ଆଳୁରେ ଛୋଟ ଛୋଟ କଣା କରିଦିଅନ୍ତୁ :

ଯେଉଁ ଉପାୟରେ ଆପଣ ଆଳୁ ସିଝାନ୍ତୁ ନା କାହିଁକି ଆପଣ ଆଳୁ ସିଝାଇବା ପରେ ପ୍ରଥମେ ଏଥିରେ ଛୋଟ ଛୋଟ କଣା କରିଦିଅନ୍ତୁ, ଏପରି କରିବା ଦ୍ୱାରା ଆଳୁ ଶୀଘ୍ର ସିଝିଯିବ।

ଷ୍ଟୋଭରେ କିପରି ସିଝାଇବେ ଆଳୁ :
ଯଦି ଆପଣଙ୍କ ପାଖରେ ଗ୍ୟାସ, କିମ୍ବା ମାଇକ୍ରୋେଓ୍ଵଭ ନାହିଁ, ତେବେ ଆପଣ ଆଳୁକୁ ଖୁବଶୀଘ୍ର ସିଝାଇବା ପାଇଁ ପ୍ରଥମେ ଏକ ଜାଗାରେ ଆଳୁ ଏବଂ ଅନ୍ୟ ଜାଗାରେ ପାଣି ରଖନ୍ତୁ। ଏବେ ପାଣିକୁ ଫୁଟାଇବା ପରେ ଆଳୁ ଜାଗାରେ ଢାଳିଦିଅନ୍ତୁ ଏବଂ ଏବେ ଏହି ଜାଗାକୁ ଷ୍ଟୋଭରେ ରଖିଦିଅନ୍ତୁ। ପ୍ରଥମରୁ ପାଣି ଗରମ ଥିବାରୁ ଅଳ୍ପ ସମୟ ମଧ୍ୟରେ ଆପଣଙ୍କ ଆଳୁ ସିଝିଯିବ।