Odia News Portal

ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ଏହି ଜିନିଷକୁ ଖାଲି ପେଟରେ କରନ୍ତୁ ସେବନ

ଆଜିକାଲି ଆମ ଜୀବନ ଏତେ ବ୍ୟସ୍ତତା ଭିତରେ ଗତି କରୁଛି ଯେ ନିଜ ପାଇଁ ସମୟ ବାହାର କରିବା ସମ୍ଭବ ହେଉନାହିଁ। ସମୟ ଅଭାବରୁ ଖାଦ୍ୟପେୟରେ ମଧ୍ୟ ଅନିୟମିତତା ଦେଖାଦେଉଛି, ଯାହାଫଳରେ ବିଭିନ୍ନ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହୁଛି। ବାହାରେ ପ୍ରଦୂଷଣର ମାତ୍ରା ବି ଦିନକୁ ଦିନ ବଢ଼ିଚାଲିଥିବା ହେତୁ ଆମେ ଥକ୍କାପଣ ଅନୁଭବ କରୁଛୁ। ଏହାର ପ୍ରଭାବରେ ଆମ ତ୍ୱଚା ମଳିନ ପଡ଼ିଯାଉଛି। ଆଉ ବୟସ ତୁଳନାରେ ଆମେ ବଡ଼ ଦେଖାଯାଉଛୁ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ ତ୍ୱଚା ସମ୍ବନ୍ଧୀୟ କିଛି ଟିପ୍ସ ଦେବାକୁ ଯାଉଛୁ। କିପରି ଆପଣ ଆପଣଙ୍କ ସୁନ୍ଦର ଚେହେରା ପୁଣିଥରେ ଫେରିପାଇବେ, ତାହା ବିଷୟରେ ଏହି ଖାସ୍‌ କଥା ଜାଣନ୍ତୁ।

ଧୂଳି ପ୍ରଦୂଷଣ, ଚାପ, କାଯ୍ୟର୍ବ୍ୟସ୍ତତା, ଖାଦ୍ୟପେୟରେ ଅନିୟମିତତା କାରଣରୁ ଆମ ତ୍ୱଚା ଖରାପ ହେବାରେ ଲାଗିଥାଏ। କିନ୍ତୁ ଏବେ ଆପଣଙ୍କୁ ବିଲକୁଲ ବି ଚିନ୍ତା କରିବାର ନାହିଁ। ପୁଣିଥରେ ପୂର୍ବ ଚେହେରା ଫେରିପାଇବା ପାଇଁ ଆପଣଙ୍କୁ ବହୁତ ସହଜ ଜିନିଷ କରିବାକୁ ପଡ଼ିବ। ଏହାଦ୍ୱାରା ଆପଣଙ୍କ ତ୍ୱଚା ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବ।

ଗୋଟିଏ ଗ୍ଲାସ୍‌ ଗରମ କ୍ଷୀରରେ ୫ ଗ୍ରାମ ମହୁ ଏବଂ ୨ ଗ୍ରାମ ହଳଦୀକୁ ମିଶାଇ ଖାଲି ପେଟରେ ସକାଳୁ ସେବନ କରନ୍ତୁ। ଏହା ଆପଣଙ୍କ ତ୍ୱଚାର ରଙ୍ଗ ଏବଂ ଚମକ ଫେରାଇ ଆଣିବ। ଚେହେରାରେ କୌଣସି ଦାଗ ଆଉ ଦେଖିବାକୁ ମିଳିବ ନାହିଁ। ଏହା ପୁରୁଷମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।